ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାଗୁଡାରେ ଆମ ବ୍ୟାଙ୍କ ସେବା ଉଦଘାଟିତ

ଜବାଗୁଡାରେ ଆମ ବ୍ୟାଙ୍କ ସେବା ଉଦଘାଟିତ 

ଡାବୁଗାଁ, ୨୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ଅଧୀନ ଜବାଗୁଡା ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଆମ ବ୍ୟାଙ୍କ ସେବା ଉଦଘାଟିତ ହୋଇଯାଇଛି | ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଦ୍ଵାରା କୁ ଆମ ବ୍ୟାଙ୍କ ସେବା କୁ ଉଦଘାଟନ କରିଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜବାଗୁଡା ସରପଞ୍ଚ ଗୋମତି ଭତ୍ରା, ସମିତିସଭ୍ୟ ପଦ୍ମନୀ ବିଶୋଇ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ | ଏହି ସଭାରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେହେରା ଠାରେ ବନ ମହୋତ୍ସବ ପାଳିତ

masiha

୮୦ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ  ଧର୍ମଗଡ଼ ରେ ମେଗା ଜନଶୁଣାଣି ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

Leave a Comment

error: Content is protected !!