ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

ବନ୍ଧୁଗାଁ ତା,୨୮/୧୧/୨୩,୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ସରକାର ସେତେ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଚଳନ କରି ଚାଲିଛନ୍ତି।ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ପ୍ରଥମେ ମୋ ବସ୍ ତାପରେ ଲକ୍ଷ୍ମୀ ବସ୍ ଏବେ ପୁଣି ଆମ ବ୍ୟାଙ୍କ୍ ସୁବିଧା ପ୍ରତ୍ୟେକ ପଞ୍ଚାୟତରେ ଯୋଗାଇ ଦେବାକୁ ଯାଉଛନ୍ତି।ଆଜି ତାର ଶୁଭ ଉଦ୍ଘାଟନ କରିଛନ୍ତି।ଏଇ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଭାଗ୍ୟରେ ଗୋଟିଏ ହେଲେ ଲକ୍ଷ୍ମୀ ବସ୍ ପଡିନଥିବା ବେଳେ ତେର ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୩ ଟି ପଞ୍ଚାୟତ ଭାଗ୍ୟରେ ଆମ ବ୍ୟାଙ୍କ୍ ସୁବିଧା ପଡ଼ିଛି । ଆଜି ରାଜ୍ୟ ସରକାର ଭର୍ଚୁଆଲ ମାଧ୍ୟମରେ ବନ୍ଧୁଗାଁ ବ୍ଲକର କାପୋଲୋଡ଼ା, ପେଦା ଅଲୋଡ଼ା, ଓ ଜାଗୁଗୁଡା ପଞ୍ଚାୟତରେ “ଆମ ବ୍ୟାଙ୍କ୍” ର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଆମ ବ୍ୟାଙ୍କ୍ ଖୋଲିଲେ ଭତ୍ତା ପାଇଁ ବ୍ଲକ୍ ସଦର ଉପରେ ନିର୍ଭର କରୁଥିବା ସମସ୍ତ ହିତାଧିକାରୀ ଆଶ୍ବସ୍ତ ହେବେ । ଅସହାୟ,ବରିଷ୍ଠ ନାଗରିକ, ଭିନ୍ନକ୍ଷମ,ମହିଳାଙ୍କ ସମେତ ଅନେକ ଲୋକ ନିଜ ଘର ପାଖରେ ବ୍ୟାଙ୍କ୍ ସେବା ପାଇଁ ପାରିବେ । ଏନେଇ ଯେଉଁ ସବୁ ପଞ୍ଚାୟତ ହେଡକ୍ୱାଟର ରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର ରହିଚି ସେହି ପଞ୍ଚାୟତରେ ବ୍ୟାଙ୍କ୍ ଖୋଲିବାକୁ ରାଜ୍ୟ ସରକାରଙ୍କ ତରଫରୁ ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି । ଏଥି ସହ ପାଞ୍ଚ ବର୍ଷ ଯାଏଁ ସମସ୍ତ “ଆମ ବ୍ୟାଙ୍କ୍” ଗୁଡ଼ିକୁ ମାଗଣା ଘର ଦେବାକୁ ମଧ୍ୟ ଚୁକ୍ତି କରାଯାଇଛି ।ଦେଶର ସମୁଦାୟ ଛଅଟି ବଡ ବଡ ବ୍ୟାଙ୍କ୍ ଗୁଡ଼ିକୁ ନେଇ ରାଷ୍ଟ୍ରାୟତ ବ୍ୟାଙ୍କ କରି ଆମ ବ୍ୟାଙ୍କ୍ ନାମ କରଣ କରାଯାଇଛି । ଆଜି ଏହି ଆମ ବ୍ୟାଙ୍କ୍ ଗୁଡ଼ିକର ଉଦ୍ଘାଟନ ସମୟରେ ବନ୍ଧୁଗାଁ ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ,ଲୋକ ବିଡ଼ିଓ ଶ୍ରୀଅଭିନସ ସେଠି, ବ୍ଲକ ବିଜେଡି ବାଲା ନାଗ ଓ ଉତ୍ତମ ନାୟକ ଓ କାପୋଲୋଡ଼ା ଠାରେ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ମାଜି ହିମିରିକା, ପୁଷ୍ପାଞ୍ଜଳି କାଡ୍ରାକାଲି, ଓ କୁମ୍ଭାରୀପୁଟ ଷ୍ଟେଟ ବେଙ୍କ ସାଖାର ମେନେଞ୍ଜର ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଆରଏସ ପ୍ରଭୁତି ଉପସ୍ଥିତ ଥିଲେ । ଏତେ ସବୁ ସୁବିଧା ପାଇ ରାଜ୍ୟ ସରକାରଙ୍କୁ ରାଜ୍ୟବାସୀ “ଆମ ସରକାର” ବୋଲି କହୁଛନ୍ତି ନା ନାହିଁ ତାହା ଆସନ୍ତା ନିର୍ବାଚନ ପରେ ଜଣା ପଡ଼ିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

masiha

ତେନ୍ତୁଳିଖୁଣ୍ଟି ଡ୍ରାଇଭର  ମହାସଂଘ ର ଷ୍ଟେରିଂ ଛାଡ଼  ଆନ୍ଦୋଳନ  ଦ୍ବିତୀୟ ଦିବସ  ପ୍ରଭାବ  : ଆନ୍ଦୋଳନକାରୀ ଙ୍କ ସପକ୍ଷରେ  କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!