ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁରେ ପୋଡିହୋଇ ଗୁରୁତର ଥିବା ମହିଳା ଚିକିତ୍ସାଧିନ ଅବସ୍ଥାରେ ରାୟପୁରରେ ବୁଜିଲେ ଆଖି, ଗାଁ ରେ ଶୋକର ଛାୟା 

ନିଆଁରେ ପୋଡିହୋଇ ଗୁରୁତର ଥିବା ମହିଳା ଚିକିତ୍ସାଧିନ ଅବସ୍ଥାରେ ରାୟପୁରରେ ବୁଜିଲେ ଆଖି, ଗାଁ ରେ ଶୋକର ଛାୟା 

 ରୁପ୍ରା, ୨୮/୧୧ (ମନିସ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ମାଲପଡା (ରୁପ୍ରା) ଗ୍ରାମର ତୁଲାକାନ୍ତ ସାହୁଙ୍କ ପତ୍ନୀ ଧରିତ୍ରୀ ସାହୁ ୨୮ ବର୍ଷ ବୟସ ଗତ ବୁଧବାର ସନ୍ଧ୍ୟାରେ କାଠଚୁଲାରେ ରୋଷେଇ କରୁଥିବା ସମୟରେ ହଠାତ୍ ତାଙ୍କ ପଣତକାନୀରେ ନିଆଁ ଲାଗିଯାଇଥିଲା, ସଙ୍ଗେ ସଙ୍ଗେ ସେ ତାଙ୍କ ଡାହାଣ ହାତରେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେହେଁ ନିଆଁ ଲିଭିନଥିଲା, ସେ ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ତୁଲାକାନ୍ତ ଦୌଡିଆସି  ନିଜପତ୍ନୀଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବା ସମୟରେ ତୁଲାକାନ୍ତଙ୍କ ହାତ ଓ ମୁହଁ ମଧ୍ୟ ପୋଡି ଯାଇଥିଲା । କୌଣସି ପ୍ରକାରେ ନିଆଁକୁ ଆୟତ୍ତ କରି ଚିକିତ୍ସା ନିମନ୍ତେ ରୁପ୍ରା ପିଏଚସି କୁ ଆଣିଥିଲେ, ମାତ୍ର ଅବସ୍ଥା ଗୁରୁତର ଥିବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଯିବା ପରେ ପୁଣି ଅଧିକ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଥିଲା । ଧରିତ୍ରୀଙ୍କ ଶରୀର ପ୍ରାୟ ୫୦ ପ୍ରତିଶତ ପୋଡି ଯାଇଥିଲା, ତେବେ ଗୁରୁତର ଆହତ ଅବସ୍ଥାରେ ଥିବା  ଧରିତ୍ରୀ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସୋମବାର ମଧ୍ୟରାତ୍ରିରେ ଆଖି ବୁଜି ଦେଇଛନ୍ତି। ଧରିତ୍ରୀଙ୍କ  ୫ ବର୍ଷର ଝିଅ ଓ ୩ ବର୍ଷର ଗୋଟିଏ ପୁଅ ଥିବାବେଳେ ସେହି ଦୁଇଟି ଛୋଟ ଶିଶୁ ମା’ ଛେଉଣ୍ଡ ହୋଇଯାଇଛନ୍ତି। ରାୟପୁରରେ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ହୋଇନପାରିବାରୁ ବୁଧବାର ଦିନ ଶବ ବ୍ୟବଚ୍ଛେଦ ହେବାପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।  ତେବେ ଉକ୍ତ ଗରିବ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

 

Related posts

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷକ ସଙ୍ଘ ନିର୍ବାଚନ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

ଟ୍ରକ ଚାପା ରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ 

Sunil Chandra Nayak

Leave a Comment

error: Content is protected !!