ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ପରିବେଶ ସ୍ଵଚ୍ଛତା ଅଭିଯାନ ପାଳିତ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ପରିବେଶ ସ୍ଵଚ୍ଛତା ଅଭିଯାନ ପାଳିତ

ରାଉରକେଲା/ସେକ୍ଟର -୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରାଉରକେଲା ଦ୍ଵାରା(ନୂଆ _ ଓ) ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦ୍ଵାରା  ଆୟୋଜିତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ତରଫରୁ  ପରିବେଶ ସ୍ଵଚ୍ଛତା ଅଭିଯାନ  ସମାପନ ହୋଇଯାଇଛି। ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଛାତ୍ର ଦଳପତି ଜଗନ୍ ମହାନ୍ତି ,ସଚିନ ଓରାମ,ମନୁ ରାୟ,ତୃପ୍ତିଲତା ଶତପଥୀ, ମନମୋହନ ଦାସ, ଗିରିଜା ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଛାତ୍ରୀ ସାମିଲ ହୋଇ କୋଏଲ ନଦୀର ବୈକୁଣ୍ଠ ଘାଟ ଏବଂ ସେକ୍ଟର -୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପଡ଼ିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ସଫା କରିଥିଲେ ଓ ସ୍ଥାନୀୟ ଜନସାଧାରଣମାନଙ୍କୁ ସଚେତନ କରିଥିଲେ । ମହାବିଦ୍ୟାଳୟର ନୋଡାଲ ଅଫିସର ତପସ୍ଵିନୀ ମିଶ୍ର ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ରଶ୍ମି ରଞ୍ଜନ ରାଉତଙ୍କ ନିର୍ଦ୍ଦେଶନାରେ ଏଇ ସ୍ଵଚ୍ଛତା ଅଭିଯାନ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମର ଯୋଜନା ଅଧିକାରୀ ଡଃ ରବୀନ୍ଦ୍ର କୁମାର ଜେନା ଓ ସହଯୋଗୀ ଅଧିକାରୀ ବନ୍ଦନା ସୋରେଙ୍ଗ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  କାର୍ଯ୍ୟକାରୀ ଅଧିକାରୀ ବନବିହାରୀ କିଷାନ ଓ ବୈଜୟନ୍ତୀ ବାରିକଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଭାରତୀ ବରୱା ,ରଶ୍ମିପ୍ରଭା ମାଥାନ ଓ ପ୍ରାଧ୍ୟାପକ ସର୍ଵଶ୍ରୀ ମନୋଜ କୁମାର ଦଳେଇ, ରଣଜିତ ପ୍ରଧାନ, ଅଧ୍ୟାପକ କରୁଣାକର ପାଟଶାଣୀ,ଅନୁପ ଏକ୍କା,ଅଜିତ ବେକ୍, ତରଣୀ ନାୟକ, ଅନିଲ କୁମାର ରାମ,ବିକ୍ରମ ଜିତେନ୍ଦ୍ର ଡାକୁଆ,ରାଜକୁମାର ସାହୁ,ମୌସୁମୀ ଦାସ,ଅନାମିକା କୁଲ୍ଲୁ, ଭାଗ୍ୟଶ୍ରୀ ମହାନ୍ତି, ହେମକାନ୍ତୀ ମେହେର,ପ୍ରତିମା ପାଣିଗ୍ରାହୀ, ପ୍ରଭାତ ବଳ, ନମିତା ଜେନା, ଅନୁପମା ଲୁଗୁନ ପ୍ରମୁଖ ଉପସ୍ଥିତ ରହି ସ୍ଵଚ୍ଛତା ଅଭିଯାନ ରେ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ମିଳିତ ଆନୁକୁଲ୍ୟରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ

Sunil Chandra Nayak

କୋରାପୁଟରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

masiha

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ତପିମଣି ଜାନି ଓ ସନ୍ତୋଷ କର

masiha

Leave a Comment

error: Content is protected !!