ଧର୍ମଗଡ:୨୯/୩/୨୨:
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସନ୍ଧିକୁଲିଆରି ଗ୍ରାମ ରେ ସହିଦ ତୁଲାରମ୍ ସାହୁ ଙ୍କ ଉଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି l ଭାରତୀୟ ସେନା ଓ ଓଡ଼ିଶା ଏନସିସି ୧୩- ବାଟାଲିୟନ, ନବରଙ୍ଗ ପୁର ପକ୍ଷ ରୁ ଆୟୋଜିତ ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ସେନା ର କର୍ଣ୍ଣେଲ ଜଗନ୍ନାଥ ନିସଙ୍କ , ସମ୍ମାନିତ ଅତିଥି ଭାବରେ ସୁବେଦାର ମେଜର ଦିନେଶ କୁମାର ୟାଦବ, ସବେଦାର ଏସଆର ବୋରା,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ , ଡେପୁଟି କଲେକ୍ଟର ଚିନ୍ମୟ କୁମାର ନାୟକ , ଥାନା ଅଧିକାରୀ ଦୀପାଞ୍ଜଲି ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଗୋପୀ ନାଥ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସର ରେ ସହିଦ ପରିବାର କୁ ସମ୍ମାନିତ କରିଥିଲେ କର୍ଣ୍ଣେଲ l
ଗତ ୨୦୦୦ ମସିହା କାରଗିଲ ଯୁଦ୍ଧ ରେ ନିଜ ସାଥୀ ସୈନ୍ୟ ଭାଇ ଙ୍କୁ ଖାଦ୍ୟ ନେଇ ଯାଉ ଥିବା ବେଳେ ଗାଡି ଓଲଟି ସହିଦ ହୋଇ ଥିଲେ ତୁଲାରାମ । ଏହି ଘଟଣା କୁ ଆଜକୁ ୨୨ ବର୍ଷ ବିତି ଯାଇ ଥିଲେ ବି ସହିଦ୍ ପରିବାର ପକ୍ଷରୁ ଏକ ସ୍ମୃତି ସ୍ତମ୍ବ ନିର୍ମାଣ ଦାବୀ ହୋଇ ଆସୁ ଥିଲା ହେଲେ ଏଯାଏଁ ଏହା ହୋଇପାରି ନାହିଁ । ସହିଦ ଙ୍କ ନା ରେ କିଛି ହୋଇ ନ ଥିବା ବେଳେ ଏକ ଷ୍ଟାଡିୟମ୍ ଓ ସୃତି ସ୍ତମ୍ଭ ନିର୍ମାଣ ପାଇଁ ଅତିଥି ମାନେ ଉଦ୍ୟମ କରିବାକୁ ପ୍ରତି ସୃତି ଦେଇ ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।