ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରାର ପ୍ରସ୍ତୁତି ବୈଠକ ।ଜାନୁୟାରୀ ୧୪ରୁ କଳାହାଣ୍ଡି ଉତ୍ସବ ‘ଘୁମୁରା

କଳାହାଣ୍ଡି ଉତ୍ସବ ଘୁମୁରାର ପ୍ରସ୍ତୁତି ବୈଠକ ।ଜାନୁୟାରୀ ୧୪ରୁ କଳାହାଣ୍ଡି ଉତ୍ସବ ‘ଘୁମୁରା

ଧର୍ମଗଡ଼ ରେ ୧୫ ରୁ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦଭାବନା ସଭାଗୃହଠାରେ ଆସନ୍ତା ୨୦୨୪ କଳାହାଣ୍ଡି ଉତ୍ସବ ‘ଘୁମୁର’ ପାଇଁ ଶୁକ୍ରବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲାପାଳ ପି. ଅନ୍ଵେଷା ରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଜାନୁୟାରୀ ୧୪ ରୁ ୧୭ତାରିଖ ଯାଏଁ ଭବାନୀପାଟଣା ଉତ୍ସବରେ ଜିଲାସ୍ତରୀୟ ଘୁମୁରା ନୃତ୍ୟ ପ୍ରତିଯୋଗୀତା,ଶିଶୁ ଘୁମୁରା ପ୍ରତିଯୋଗୀତା, ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା, ଜିଲାସ୍ତରୀୟ କବି ସମ୍ମିଳନୀ,ଜିଲା ସ୍ତରୀୟ ଆଲୋଚନାଚକ୍ର ଆୟୋଜନ କରାଯିବ। ଜାନୁୟାରୀ ୫ରେ ଜିଲାର ଇନ୍ଦ୍ରବତୀ ଜଳଭଣ୍ଡାରର ମହୁଲ ପାଟଣାଠାରେ ଜିଲାସ୍ତରୀୟ ନୌଚାଳନା ଓ ତୀରଚାଳନା ପ୍ରତିଯୋଗୀତା ଅନୁଷ୍ଠିତ ହେବ।

ଭବାନୀପାଟଣା ଲାଲ ବାହାଦୁରଶାସ୍ତ୍ରୀ ଷ୍ଟାଡିୟମରେ ୧୪ ତାରିଖରୁ ୨୬ ତମ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେବ। ସେହିପରି ଜାନୁୟାରୀ ୧୫ରୁ ୧୭ ତାରିଖ ଯାଏଁ ଧର୍ମଗଡ ଠାରେ ଜିଲ୍ଲାସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମୁରା ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଶାଶ୍ବତ ମିଶ୍ର ଓ ଧର୍ମଗଡ ଉପଜିଲ୍ଲାପାଳ ଭି କାର୍ତ୍ତିକେୟ ପାଣ୍ଡିୟାନ ଙ୍କ ଉଦ୍ୟମ କ୍ରମେ ୨୦୦୩ ମସିହାରୁ ଧର୍ମଗଡ ଠାରେ ଜିଲ୍ଲାସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସଵ ଘୁମୁରା ପାଳିତ ହୋଇ ଆସୁଛି। ଜିଲ୍ଲା ସ୍ତରୀୟ ଲୋକ ଉତ୍ସବ ଏକା ସାଙ୍ଗରେ ଜିଲ୍ଲାର ଦୁଇଟି ପ୍ରମୁଖ ସ୍ଥାନରେ ପାଳନ ହେବା ରାଜ୍ୟରେ ପ୍ରଥମ।ଏହି ଉତ୍ସବରେ ଭବାନୀପାଟଣା ଓ ଧର୍ମଗଡ ଉଭୟ ମଞ୍ଚରେ ଜିଲ୍ଲା ତଥା ରାଜ୍ୟ ସମେତ ଅନେକ ଜାତୀୟ ସ୍ତରୀୟ ଲୋକନୃତ୍ୟ ଦଳ ଅଂଶ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ଅବସରରେ ପଲ୍ଲୀଶ୍ରୀ ମେଳା, ହସ୍ତତନ୍ତ ଓ ବୟନଶିଳ୍ପ ମେଳା, ଜିଲ୍ଲାର ବିଭିନ୍ନ ବିଭାଗୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ଡିସେମ୍ବର ୨୨ରୁ ଜାନୁୟାରୀ ୪ ତାରିଖ ଯାଏଁ ଜିଲାର ସମସ୍ତ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ହେବ। ଚଳିତବର୍ଷ ଡିସେମ୍ବର ୨୨ରେ ଥୁଆମୂଳ ରାମପୁର ବ୍ଲକର ପେରମଞ୍ଜି ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବର ଶୁଭାରମ୍ଭ ହେବ।ଚଳିତବର୍ଷ କଳାହାଣ୍ଡି ଉତ୍ସବରେ ଅନ୍ତର୍ଜାତୀୟ ସାଂସ୍କୃତିକ ଦଳକୁ ଆମନ୍ତ୍ରଣ କରିବା ଓ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସଦସ୍ୟମାନେ ମତ ଦେଇଥିଲେ।

ଜିଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଦେଇଥିଲେ।କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଓ ତ୍ରିଲୋଚନ ପାତ୍ର, ଧର୍ମଗଡ ଉପଜିଲାପାଳ ବିରଞ୍ଚି ନାରାୟଣ ଦରୱାନ, ଭବାନୀପାଟଣା ଉପଜିଲ୍ଲାପାଳ ଡ.ବିଶ୍ବଜିତ ଦାସ, ସ୍ଥାନୀୟ ପୌରଧ୍ୟକ୍ଷା ସଂଯୁକା ବେହେରା, ଡିଆଇପିଆରଓ ମନୋଜ ବେହେରାଙ୍କ ସମେତ ଜିଲା ସଂସ୍କୃତି ପରିଷଦ ସମସ୍ତ ପାରିଷଦ,କଳାହାଣ୍ଡି ଉତ୍ସବ ପରିଚାଳନା କମିଟି ବିଭିନ୍ନ ଉପକମିଟି ଅଧ୍ୟକ୍ଷ, ଆବାହକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

ତିନି ଯୁବତୀ ଶବ ବୋହିନେବା ଘଟଣା  ସାମାଜିକ ବାସନ୍ଦ ବନାମ ସାମାଜିକ ବାସ୍ତବତାକୁ ନେଇ ଚର୍ଚ୍ଚା ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ଜିଲ୍ଲାପାଳ 

Sunil Chandra Nayak

ଡାବୁଗାଁ ଧାନ ମଣ୍ଡି ରେ ଧାନ କିଣା ନୋହିଲା:ମିଲର୍ସ ମାନେ ଏଫ୍ ଏ କ୍ୟୁ ଧାନ ନେବାକୁ ଚାହିଁଲେ 

masiha

Leave a Comment

error: Content is protected !!