ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ଡାବୁଗାଁ, ୩/୧୨-(ମ. ନି. ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବୋରିଗାଁ ଗ୍ରାମପଞ୍ଚାୟତ ଅଧୀନ ଗୋଦମା ଗ୍ରାମର କୁମାର ଗୌଡ (୨୩) ଇଶ୍ଵର ଭତ୍ରା (୪୫)ଙ୍କ ସହ ମଇଦଲପୁର ପାଖ ପିତାରିଗୁଡା ଗ୍ରାମକୁ ନିଜ ଶଶୁରଙ୍କ ଭଉଣୀ ଚନ୍ଦ୍ରା ଗୌଡ ଙ୍କ ଘରକୁ ଅପରାହ୍ନ ରେ ଯାଇଥିଲେ l ସେଠାରୁ ବଡ଼ି ପାରିବା ପାଇଁ ପାଣି କଖାରୁ ଆଣି ନିଜ ମୋଟର ସାଇକେଲ ନମ୍ବର ଓ ଡି ୧୦ ଏ ଏଲ୍ ୫୫୪୬ ଯୋଗେ ଫେରୁଥିଲେ । ଫେରିବା ବାଟରେ ମାନିଗାଁ ଗ୍ରାମ ରୁ କିଛି ଦୂର ଅତିକ୍ରମ କରି ଆସୁଥିବା ବେଳେ ରାସ୍ତl ଏକ କଲଭର୍ଟ ପାଖ ରେ ଦୁର୍ଘଟଣା ର ଶିକାର ହୋଇ ଥିଲେ । ଉକ୍ତ ଦୁର୍ଘଟଣା ଖବର ପାଇ ମାନିଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବେଲାଲସେନ ରାଉତ ତାଙ୍କ ସହଯୋଗୀ ମାନଙ୍କ ସହ ପହଁଚି ୧୦୮ ଗାଡ଼ି ଡକାଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଡାଃ ଅଂଶୁମାନ ଦାସ ଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ଅଗ୍ନି ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା 

masiha

ଟେକରତୋଳାରେ ବୃଦ୍ଧାଙ୍କ ମୃତ୍ୟୁ : ଅଂଶୁଘାତ ସନ୍ଦେହ 

masiha

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

Leave a Comment

error: Content is protected !!