ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ଡାବୁଗାଁ, ୩/୧୨-(ମ. ନି. ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବୋରିଗାଁ ଗ୍ରାମପଞ୍ଚାୟତ ଅଧୀନ ଗୋଦମା ଗ୍ରାମର କୁମାର ଗୌଡ (୨୩) ଇଶ୍ଵର ଭତ୍ରା (୪୫)ଙ୍କ ସହ ମଇଦଲପୁର ପାଖ ପିତାରିଗୁଡା ଗ୍ରାମକୁ ନିଜ ଶଶୁରଙ୍କ ଭଉଣୀ ଚନ୍ଦ୍ରା ଗୌଡ ଙ୍କ ଘରକୁ ଅପରାହ୍ନ ରେ ଯାଇଥିଲେ l ସେଠାରୁ ବଡ଼ି ପାରିବା ପାଇଁ ପାଣି କଖାରୁ ଆଣି ନିଜ ମୋଟର ସାଇକେଲ ନମ୍ବର ଓ ଡି ୧୦ ଏ ଏଲ୍ ୫୫୪୬ ଯୋଗେ ଫେରୁଥିଲେ । ଫେରିବା ବାଟରେ ମାନିଗାଁ ଗ୍ରାମ ରୁ କିଛି ଦୂର ଅତିକ୍ରମ କରି ଆସୁଥିବା ବେଳେ ରାସ୍ତl ଏକ କଲଭର୍ଟ ପାଖ ରେ ଦୁର୍ଘଟଣା ର ଶିକାର ହୋଇ ଥିଲେ । ଉକ୍ତ ଦୁର୍ଘଟଣା ଖବର ପାଇ ମାନିଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବେଲାଲସେନ ରାଉତ ତାଙ୍କ ସହଯୋଗୀ ମାନଙ୍କ ସହ ପହଁଚି ୧୦୮ ଗାଡ଼ି ଡକାଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଡାଃ ଅଂଶୁମାନ ଦାସ ଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ 

masiha

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

Sunil Chandra Nayak

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!