ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

ମ.ରାମପୁର,୪/୧୨(ମସୀହା):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ ୪ ଘ. ୪୫ ମିନିଟ ଉଷାକିର୍ତ୍ତନ, ପ୍ରାତଃ ବିନତୀ ପ୍ରାର୍ଥନା, ଜନ୍ମ ଲଗ୍ନ ଘୋଷଣା, ସଂଗୀତାଞ୍ଜଳି, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ବିଗ୍ରହ ସୁସଜ୍ଜିତ ରଥ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଉତ୍ସବ ସ୍ଥାନ ପର୍ଯ୍ୟନ୍ତ ନଗର କୀର୍ତ୍ତନ କରାଯାଇଥିଲା । ଦିନ ୧୧ ଘ. ୪୫ ମିନିଟ ରେ ଏସପିଆର ଡା. ଅସୀମ ଘୋଷ ଙ୍କ ଅଧ୍ୟକ୍ଷତା ରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରକାଶ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବଲାଙ୍ଗୀର ଜିଲ୍ଲା ସଇଁତଳା ରୁ ଆଗତ ଠାକୁର ଙ୍କ ପାଞ୍ଜl ଧାରି କର୍ମୀ ଶ୍ରୀ ଆର୍ତ୍ତତ୍ର।ଣ ଷଡ଼ଙ୍ଗୀ ଠାକୁର ଙ୍କ ଭାବଧାରା ବିଷୟରେ ଆଲୋକପାତ କରିଥିଲେ। ମୂଖ୍ୟ ଆଲୋଚକ ଭାବେ ନର୍ଲା ସତସଙ୍ଗ କେନ୍ଦ୍ର ର ଅଧକ୍ଷ ଏସପିଆର ବଟକୃଷ୍ଣ ଡାକୁଆ ଦାଦା ଚରମ କଳି ଯୁଗରେ ସତ୍ ନାମ ଓ ଗୁରୁ ଗ୍ରହଣ ର ଆବଶ୍ୟକତା ବିଷୟ ରେ ଠାକୁର ଙ୍କ ଭାବଧାରା ଓ ପୌରାଣିକ ଏବଂ ବୈଦିକ ତଥ୍ୟ ଗୁଡ଼ିକ ଆଲୋଚନା କରିଥିଲେ। ରାମପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ନାର୍ଲା ବ୍ଲକ, କେସିଙ୍ଗା ବ୍ଲକ, କର୍ଲାମୁଣ୍ଡା ବ୍ଲକ, ଭବାନୀପାଟଣା, ସଇଁତଳା, ଟିଟିଲାଗଡ, ତୁଷୁରା ରୁ ଶତାଧିକ ଶ୍ରଦ୍ଧାଳୁ, ଗୁରୁ ଭାଇ, ନିମନ୍ତ୍ରିତ ଅତିଥି, କର୍ମୀ,ଜ୍ଞାନୀ, ଗୁଣୀ, ମାଆ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ସଫଳତା ପାଇଁ ରାମପୁର ଓ ମଦନପୁର ର ଭାଇ ଓ ମାଆ ମାନେ ସକ୍ରିୟ ସହଯୋଗ କରିଥିଲେ। ସନ୍ତୋଷ ଦୁବେ, ରମାକାନ୍ତ ପ୍ରହରାଜ, ହୃଷୀକେଶ ଭୋଇ,ଦିଲୀପ ମହାଖୁଡ, ମୁଖ ସାହୁ, କୈଳାଶ ସାହୁ, ସୂର୍ଯ୍ୟ ଦାଦା, ସତ୍ୟନାରାୟଣ ସାହୁ, ଟିଟିଲାଗଡ ଓ ବାହାଦୁର ପଦର କୀର୍ତ୍ତନ ଦଳ, ସୁମନ୍ତ ସାହୁ, ଗଙ୍ଗା ଧର ବାଗ, ରଞ୍ଜିତ ବାଗ, ନବୀନ ସାହୁ, ରତ୍ନାକର ଦଳେଇ, ନରୋତ୍ତମ ସ୍ୱାଇଁ, ରାଜୁ, ପ୍ରକାଶ ଚନ୍ଦ୍ର ସାହୁ, ଆଶିଷ ନାୟକ ଓ ସମସ୍ତ ଗୁରୁଭାଇ ଓ ମାଆ ମାନେ ସହଯୋଗ କରିଥିଲେ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

ପାଣିରେ ବୁଡି ୬ ବର୍ଷର ନାବାଳକ ମୃତ 

masiha

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

masiha

Leave a Comment

error: Content is protected !!