ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

 ରାୟଗଡ : ୪/୧୨- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ,ଜିଲ୍ଲା ପରିଷଦ, ନିହାର ରଞ୍ଜନ କହଁର, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

         ଆଜି ମୋଟ ୫୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ୪୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଶ୍ରୀମତୀ ସିଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଜଣଙ୍କୁ ୭୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।       

 ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ରାୟଗଡ,ଜିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡ,ତହସିଲଦାର, ରାୟଗଡ଼ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂର୍ଯ୍ୟମଣି ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ,ସିମାଞ୍ଚଳମହାପାତ୍ର,ଜିଲ୍ଲା କ୍ରୀଡା ଅଧିକାରୀ, ଶେଖ ଆଲେନୁର,ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ,ବିଟଟାଲ ଷଡ଼ଙ୍ଗୀ,ଜିଲ୍ଲା ପଂଚାୟତ ଅଧିକାରୀ, ସକିଲା ଚରଣ ବାସ୍କେ,ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ୱମୋସୀ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

   

Related posts

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

କଲମ ଛାଡିବା ପାଇଁ ଜିଲ୍ଲା ସ୍ତରୀୟ ଅମଲାଙ୍କ ସଜବାଜ

Sunil Chandra Nayak

ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!