ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ 

କଟକ : ଫେସବୁକ ଗ୍ରୁପ “ଆମ ପରିବାର” ତରଫରୁ ସାରଦା ଆଶ୍ରମ,ଉତ୍ତରା ଛକ,ଭୁବନେଶ୍ୱର ଠାରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଥିଲା ! ଏଥିରେ ଆଶ୍ରମର ଅନ୍ତେବାସୀ ଛୋଟ ଛୋଟ ପିଲା ମାନଙ୍କୁ ପ୍ରଥମେ କିଛି ଟିଫିନ ପ୍ୟାକେଟ ସହ ସେମାନଙ୍କର ଆବଶ୍ୟକତା ଅନୁଯାଇ ଟୋପି, ପେନ,ଖାତା ଓ ନିତ୍ୟ ଖାଦ୍ୟ ରାସନ ଜିନିଷ ତଥା ଡାଲି,ଚାଉଳ,ତେଲ ଅଟା,ଆଳୁ ଆଦି ପ୍ରଦାନ କରାଯାଇଥିଲା ! କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ଆଡମିନ ପ୍ରଭାତ ମହାପାତ୍ର ସଭାପତିତ୍ୱ କରି ଆଶ୍ରମର ଗୁରୁଜୀଙ୍କୁ ଉପଢୌଙ୍କନ ଦେଇ ସମ୍ବର୍ଦ୍ଧିତ କରିଥିଲେ ପରେ ସୋସିଆଲ ଗ୍ରୁପ “ଆମ ପରିବାର” ବିଷୟରେ ସଂକ୍ଷିପ୍ତରେ କିଛି କହିଥିଲେ ! ଆଶ୍ରମ ଥିବା ବାବା ସ୍ୱାମୀ ପ୍ରାଣରୂପାନନ୍ଦଜୀ ଓ ସ୍ୱାମୀ ସତସ୍ୱରୂପନନ୍ଦଜୀ ତାଙ୍କ ଆଶ୍ରି ବଚନରେ ଚାଳିଶ ବର୍ଷରୁ ଉର୍ଦ୍ଧ ଆଶ୍ରମର କିମ୍ବଦନ୍ତୀ ବିଷୟରେ କିଛି କହିଥିଲେ ଏଥିରେ “ଆମ ପରିବାର” କର୍ମକର୍ତ୍ତା ପିଲା ମାନେ ବହୁତ ଆନନ୍ଦିତ ହୋଇଥିଲେ ! ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ “ଆମ ପରିବାର” ଆଡମିନ ଟିମଙ୍କ ସହ ଅନେକ ସଦସ୍ୟ ଓ ସଦସ୍ୟା ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ଚାହିଦା ଓ ମାନବ ସେବା ପକୃତରେ ମାଧବ ସେବା ବୋଲି ସେମାନଙ୍କ ବକ୍ତ୍ୟବରେ ପିଲାମାନଙ୍କୁ କହିଥିଲେ !ଆଶ୍ରମର ପିଲାମାନେ ବଡହେଲେ କିଏ ଡାକ୍ତର, ଶିକ୍ଷକ, ଯବାନ ଓ କିଏ ଗୁରୁକୁଳ ଆଶ୍ରମରେ ରହି ଲୋକଙ୍କ ସେବା କରିବେ ବୋଲି ନିଜ ନିଜର ମତ ପ୍ରକାଶ କରିଥିଲେ ଶେଷରେ ଆଡମିନ ରୋଜାଲିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ସଭା ଶେଷରେ ସମୂହ ପ୍ରସାଦ ସେବନର ଆୟୋଜନ ହୋଇଥିଲା !

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭତ୍ତା, ରାସନ୍ କାର୍ଡ ସମେତ ୯ ଦଫା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର  ବି. ଭି. ଗିରି ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ମଞ୍ଚର ପ୍ରସ୍ତାବ 

Sunil Chandra Nayak

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

ମାଆ ଉତ୍ତରାୟଣୀଙ୍କ ଯାତ୍ରା ମହୋତ୍ସବ ; ସୋରଡା ବିଧାୟକଙ୍କ ଆଶୀର୍ବାଦ ଭିକ୍ଷା

Sunil Chandra Nayak

Leave a Comment

error: Content is protected !!