ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓପନ ଫର ଅଲ ଫାଉଣ୍ଡେସନର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ରାଉରକେଲା/ ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରୁ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ନୂତନ କରି ଗଠନ ହୋଇଥିବା ଓପନ ଫର ଅଲ ଫାଉଣ୍ଡେସନର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଇସ୍ପାତ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨୬ତାରିଖରୁ ଇସ୍ପାତ ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ୪୦ଟି ଦଳ ଭାଗ ନେଇଥିଲେ। ସେମିଫାଇନାଲ ରେ ହମିରପୁର ଟିଚର୍ସ କଲୋନୀ ବନପୋଷ ବି କୁ ଓ ଅନ୍ୟ ଏକ ସେମିଫାଇନାଲରେ ଲାଠିକଟା ର ଟିମଜୋର ଦଳ ବନପୋଷ ଏ କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ଟିମଜୋର ସହ ଟିଚର୍ସ କଲୋନୀ ମଧ୍ୟରେ ଖେଳିଯାଇଥିଲା। ତେବେ ଏହି ଖେଳ ଅମିମାଂସିତ ରହିବାରୁ ଟ୍ରାଇବ୍ରେକରର ସାହାଯ୍ୟ ନିଆଯାଇଥିଲା। ଟ୍ରାଇବ୍ରେକରରେ ଉଭୟଙ୍କର ୩ -୩ ରହିବାରୁ ସଡନଡେଥ ମାଧ୍ୟମରେ ଟିଚର୍ସ କଲୋନୀ ଟିମଜୋରକୁ ୬ -୫ ହରାଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ରୋଟାରୀଆନ ଡିଜି ରବି ଦାସ,ରୋଟାରୀଆନ ବିଶ୍ବଜିତ ପତି, ରୋଟାରୀଆନ ମନଜିତ୍ ସିଂହ, ଅରୁଣ ଅଗ୍ରୱାଲ, ଜାତୀୟ ଖେଳାଳି ହିମାଦ୍ରୀ ବରୁୱା,ଜାତୀୟ ରେଫ୍ରି ଭାସ୍କର ନନ୍ଦ, ଚଣ୍ଡିଗଡ ମିନର୍ଭା ଫୁଟବଲ ଏକାଡେମୀ ର ଆନ୍ତର୍ଜାତୀୟ ଖେଳାଳି ହର୍ଷଦ ତ୍ୟାଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଟିଚର୍ସ ଦଳକୁ ଚମ୍ପିୟାନ ଟ୍ରଫି ସହ ୭ ହଜାର ଟଙ୍କା ଓ ଉପବିଜେତା ଟିମଜୋର ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ସହ ଶ୍ରେଷ୍ଠ ଗୋଲକିପର ଭାବେ ଦୀକ୍ଷାନ ବେଗେ,ଶ୍ରେଷ୍ଠ ରକ୍ଷଣ ଖେଳାଳି ଭାବେ ବିକାଶ ନାଗ,ଶ୍ରେଷ୍ଠ ସ୍କୋରର ରାହୁଲ ମୁଖୀ, ଶ୍ରେଷ୍ଠ ଯୁବ ଖେଳାଳି ରାହୁଲ କୁସୁମ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କାର୍ତ୍ତିକ ଓରାମ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ପୂର୍ବତନ ସନ୍ତୋଷ ଟ୍ରଫି ତଥା ଆରଏସପି ପାଇଁ ଅନେକ ମ୍ୟାଚ ଖେଳିଥିବା ବଲବୀର ବେହେରାଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ସହ ପ୍ରାରମ୍ଭରେ ଏକ ପ୍ରଦର୍ଶନୀ ମ୍ୟାଚ କୁଆରମୁଣ୍ଡା ଓ ପ୍ରଧାନପାଲି ମଧ୍ୟରେ ଅନୁଷ୍ଠିତ ହୋଇ ଅମିମାଂସିତ ଭାବେ ଶେଷ ହୋଇଥିଲା। ଏହି ୫ଦିନ ଧରି ଚାଲିଥିବା ଖେଳକୁ ରେଫ୍ରି ଭାବେ ସର୍ବଶ୍ରୀ ଠାକୁର ମୁର୍ମୁ, ରାଜେଶ ଭଇଁଷା,ଭାନୁ ବାଉରୀ,ଥବିର ଗରୁଡ, କେଶବ ପ୍ରଧାନ, ରାଜକୁମାର ପାଣିଗ୍ରାହୀ, ସାମୁ ହାସଦା ପ୍ରମୁଖ ପରିଚାଳନା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ଝାମୁ ଖେସ୍, ଆୟୁଷ ଅଗ୍ରୱାଲ, ଶ୍ରେୟାନ୍ସ ସିହ୍ନା, ଚନ୍ଦ୍ରଶେଖର ଅଗ୍ରୱାଲ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ନମନ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବସୁଧା ଯୋଜନାର ବିଦ୍ୟୁତ ତାର ଚୋରି , ୪୧ ଡିଗ୍ରୀ ଖରାରେ ପାଣି ପାଇଁ ଡହଲ ବିକଳ କେଗାଁ ବାସୀ

Sunil Chandra Nayak

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!