ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାଙ୍ଗୁଡିମୁତା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ

ଧାଙ୍ଗୁଡିମୁତା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ 

  ମୟୂରଭଞ୍ଜ — ( ମସିହା )ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଧାଙ୍ଗୁଡିମୁତା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ ଦିଲ୍ଲିପ ସୋରେନ୍ ଙ୍କ ତତ୍ବାବଧାନରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶ୍ଵ ଭିନ୍ନକ୍ଷମ ଦିବସ ବିଷୟରେ ଅବତାରଣା କରିବା ସହିତ ଭିନ୍ନ କ୍ଷମ ବ୍ୟକ୍ତି ମାନେ କିପରି ଗୋଟିଏ ସଂଘ ମାଧ୍ୟମରେ ଏକତ୍ରିତ ହୋଇ ସେମାନେ ନିଜ ନିଜ ସମସ୍ୟା ସହିତ ସରକାରଙ୍କ ବିଭିନ୍ନ ଯୋଜନା କିପରି ଭିନ୍ନ କ୍ଷମ ଭାଇ ଭଉଣୀ ମାନଙ୍କ ନିକଟରେ ପହଞ୍ଚି ପାରିବ ଏହା ଉପରେ ଆଲୋକପାତ କରିବା ସହିତ ସଂଗଠନର ଉପାଦେୟତା ବିଷୟରେ କହିଥିଲେ। ସଂଗଠନର ନାମ ‘ ବାମନ ଘାଟି ଦିବ୍ୟାଙ୍ଗ ଏସୋସିଏସନ ‘ ନାମରେ କରିବା ନିମନ୍ତେ ବାରିସା ମାଝୀ ପ୍ରସ୍ତାବ ରଖିଥିଲେ ଏବଂ ଏହା କୁ ସମସ୍ତେ ସମର୍ଥନ କରିଥିଲେ।ଏହି ବୈଠକରେ କାଦେ ବାସ୍ଖେ,ଶ୍ୟାମ ଚରଣ ହାଁସଦା,ଜପହରି ଗିରି,,ଦୁଖିଆ ମାଝୀ,ଗଣେଶ ହାଁସଦା,ପ୍ରିୟା ଗାଗରାଇ,ରଣେୟା ମାଝୀ, ଜ୍ୟୋତ୍ସ୍ନା ମାଝୀ,ଚୈତନ ମାଝୀ,ସୁରୁଜି ନାଏକ,ରତନ ନାଏକ ଏବଂ ଅନ୍ୟମାନେ ଉପସ୍ଥିତ ରହି ଦିଵ୍ଯାଙ୍ଗ ମାନେ କିଭଳି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ କିଭଳି ସରକାରୀ ସହାୟତା ଏବଂ ସରକାରୀ ଦିବ୍ଯାଙ୍ଗ ସଶକ୍ତିକରଣ ଯୋଜନା ଉପରେ ସଚେତନ କରାଯାଇ ସେମାନଙ୍କୁ ସମାଜର ସ୍ରୋତରେ ଆଗରେ ବଢ଼ିବାକୁ ଦିଆଯିବ ତାହାରି ଉପରେ ମତାମତ ଉପସ୍ଥାପନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବାଇଦାପୋଷୀ ଗ୍ରାମର ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଧୂମଧାମରେ ଅନୁଷ୍ଠିତ

masiha

କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ

Sunil Chandra Nayak

କୋକସରା ବ୍ଲକ ଅମଲା କର୍ମଚାରୀଙ୍କ ଆନ୍ଦୋଳନ, ସମସ୍ତ କାର୍ଯ୍ୟ ଠପ, ଲୋକେ ହଇରାଣ 

Leave a Comment

error: Content is protected !!