ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

ରାଉରକେଲା/ ବୀର ସହିଦଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ଗଠିତ ଉଦାହରଣ ଟ୍ରଷ୍ଟ ର ଦ୍ବିତୀୟ ସହିଦ୍ ସମ୍ମାନ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦାହରଣ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆଗାମୀ ଜାନୁୟାରୀ ମାସରେ ହେବାକୁ ଥିବା ଏହି ସହିଦ୍ ସମ୍ମାନ ସମାରୋହ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗତବର୍ଷ ଏହିଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ସୂଚାରୁରୂପେ ସମ୍ପନ୍ନ ହୋଇଥିବାରୁ ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ସହ ଦ୍ବିତୀୟ ସହିଦ୍ ସମ୍ମାନ ସମାରୋହ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ସୂଚନା ଯୋଗ୍ୟ ଯେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ୍ ଙ୍କ ପରିବାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବୈଠକରେ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀତନ୍ତୀ ଙ୍କ ସମେତ ଟ୍ରଷ୍ଟି ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆ, କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ ଙ୍କ ସମେତ ବିଶ୍ବଜିତ ଜେନା, ସଞ୍ଜୟ ପ୍ରଧାନ,କବି ନାୟକ, ପ୍ରକାଶ ମହାକୁଡ଼, ଜଗନ୍ନାଥ ସାହୁ, ସନ୍ତୋଷ ଗରଡିଆ,ଉଛବ ତନ୍ତୀ, ପାଇଲଟ୍ ଓ ସଞ୍ଜିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ଜୟପୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡା ତତଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!