ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ନିଖୋଜ

ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ନିଖୋଜ 

ରୁପ୍ରା, (ମନିସ) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ମେଗାଁ ପଞ୍ଚାୟତ ଅଧିନ ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ୬୩ବର୍ଷ ଗତ ୩ ତାରିଖ ରବିବାର ଦିନ ନିଜ ମାମୁଁଘର ଜୁନାଗଡ଼ ଯିବାପାଇଁ ଘରୁ ବାହାରି ଥିଲେ। ମୁସ୍କୁଟି ଠାରୁ ଭବାନୀପାଟଣା ଚାଲୁଥିବା ଏକ ଘରୋଇ ବସରେ ଖମ୍ୱପଡା ଛକରେ ସେ ବସ୍ ରେ ଚଢିଥିଲେହେଁ ଜୁନାଗଡ଼ ନିଜ ମାମୁଁ ଘରକୁ ପହଞ୍ଚି ନଥିବା ଜଣାପଡିଛି। ଫଳରେ ପରମେଶ୍ବରଙ୍କ ପତ୍ନୀ କାନ୍ତି ସାହୁ ନିଜ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଲୋକଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଏଥିପାଇଁ କେସିଙ୍ଗା ଆଦର୍ଶ ଥାନାରେ ଏକ ମାମଲା ତାଙ୍କ ପତ୍ନୀ ଦାୟର କରିଛନ୍ତି, ତଥା ସେହି ପରିବାରରେ ଏକ ସପ୍ତାହ ହେଲା ଚୁଲି ମଧ୍ୟ ଜଳି ନାହିଁ । ପରିବାର ଲୋକେ ପରମେଶ୍ୱରଙ୍କୁ ଖୋଜିବା ସହ ଭୋକଶୋଷ ମଧ୍ୟ ଭୁଲି ଯାଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଖବର ପାଆନ୍ତି, ତାହେଲେ ନିକଟସ୍ଥ ପୋଲିସ୍ ଥାନାରେ କିମ୍ବା 9668488736 ନମ୍ୱରରେ (ଯଶୋବନ୍ତ ସାହୁ, ରୁପ୍ରା ) ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ 

Sunil Chandra Nayak

ବଡ଼ବିଲ ପ୍ରେସ କ୍ଲବ୍‌ର ନବନିର୍ବାଚନ ଉତ୍ସବମୟ ପରିବେଶରେ ସମାପ୍ତ

Sunil Chandra Nayak

ସାତ ଟିକିଆ ହାତୀ ପଲ ଉପଦ୍ରବରେ ଦୁଇ ଅସହାୟ ପରିବାରଙ୍କ ଘର ଭାଙ୍ଗି ଚୂର୍ ମାର୍

masiha

Leave a Comment

error: Content is protected !!