ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

ଡାବୁଗାଁ,୧୦/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ପାଖ ବରିମୁଣ୍ଡା ଛକ ନିକଟରେ ମହୁମାଛି ଆକ୍ରମଣ ରେ ଜଣେ ବାଇକ ଚାଳକ ର ମୃତ୍ୟୁ ଘଟିଛି l ସୂଚନାଯୋଗ୍ୟ :- ବକଡାବେଡା ଗ୍ରାମର ରତନ କଲାର (୫୫)ସେ ନିଜ ବାଇକ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିଲେ l ଧୋଡ୍ରା ପଟରୁ ସିମେଣ୍ଟ ଖୁଣ୍ଟି ନେଇ ଏକ ଟ୍ରାକ୍ଟର ଆଗରେ ଯାଉଥିବାବେଳେ ପଛରେ ବାଇକ୍ ନେଇ ରତନ ଯାଉ ଥିବା ସମୟରେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲା l ମହୁମାଛି ରତନ ର ପିଛା ଛାଡି ନ ଥିଲା l ତେବେ ଚାଟିଗୁଡା ର ବରିମୁଣ୍ଡା ନିକଟରେ ରତନ ଗାଡି ରଖି ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ l ସେଠାକାର ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ରତନ କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ l ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର  

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

ଆସିକା ନିରଂଜନ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା

Leave a Comment

error: Content is protected !!