ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ 

ବାଲେଶ୍ଵର,୧୨/୧୨/୨୩ – ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ଖଇରା ଓ ସିମୁଳିଆ ବ୍ଲକର ୪୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉନ୍ନୟନ ହିଁ ଜନ ସେବାର ମୂଳ ଲକ୍ଷ୍ୟ ମନେକରି ଉନ୍ନତି ପଥରେ ଆଗେଇ ଚାଲିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ । ଓଡିଶା ସରକାର ପୂର୍ତ୍ତ ବିଭାଗ ତରଫରୁ ସିମୁଳିଆ – ଖଇରା ବ୍ଲକରେ ପାଖା ପାଖି ୪୬ କୋଟି ଟଙ୍କା ଅଟକଳ ବ୍ୟୟରେ ଅନୁମୋଦନ ହୋଇଥିବା ୭ ଗୋଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରକଳ୍ପ ଗୁଡିକ ମଧ୍ୟରେ (୧) ବଣା ରେଲୱେ କ୍ରସିଂ ନିକଟରେ ସେତୁ ନିର୍ମାଣ ୩୮ ଲକ୍ଷ, (୨) ମାର୍କୋଣା – ଗଣ୍ଡିବେଡ PWD ରାସ୍ତାର ପଣ୍ଡୁ ନିକଟରେ ସେତୁ ନିର୍ମାଣ ୩ କୋଟି ୪୯ ଲକ୍ଷ, (୩) ଓଝାପୋଖରୀ ଠାରୁ ମାର୍କୋଣା, ଭାୟା – ଅଡା ରାସ୍ତାର ପ୍ରଶସ୍ତିକରଣ ୨୨ କୋଟି୨୬ ଲକ୍ଷ, (୪) ରାଣୀତାଲ – କୁପାରି ରାସ୍ତାର ବାରାପୁର ନିକଟରେ ସେତୁ ନିର୍ମାଣ ୭ କୋଟି ୨୦ ଲକ୍ଷ, (୫) ବର୍ତ୍ତନା – ଓସ୍ତପାଳ PWD ରାସ୍ତାର ଆମ୍ବହତା କେନାଲ ଉପରେ ସେତୁ ନିର୍ମାଣ ୨ କୋଟି ୧ ଲକ୍ଷ, (୬) କୁପାରି – ଅଗରପଡ଼ା PWD ରାସ୍ତାର ଗାମ୍ଭାରିଆ ନିକଟରେ ସେତୁ ନିର୍ମାଣ ୧ କୋଟି ୮୪ ଲକ୍ଷ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ମାଧ୍ୟମରେ ସିମୁଳିଆ – ଖଇରା ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତର ଜନସାଧାରଣ ମାନେ ଉପକୃତ ହେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିମୁଳିଆ – ଖଇରା ଔର ଜନସାଧାରଣଙ୍କ ସେବାରେ ଏହି ପ୍ରକଳ୍ପ ଉତ୍ସର୍ଗୀକୃତ କରିଥିବାରୁ ବିଧାୟକ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଉକ୍ତ ୪୬ କୋଟି ଟଙ୍କାର ପ୍ରକଳ୍ପ ସିମୁଳିଆ – ଖଇରା ବ୍ଲକର ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି ବିଧାୟକ । ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବାର ଲକ୍ଷ୍ୟ ରହିଛି ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ସାମିଲ ଥିଲେ । ଏଥିରେ ହଜାର ହଜାର ସଂଖ୍ଯାରେ ଦଳୀୟ କର୍ମୀ ଓ ଜନସାଧାରଣ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, କେନ୍ଦ୍ରାପଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

masiha

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

Sunil Chandra Nayak

Leave a Comment

error: Content is protected !!