ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣା , ରାହୁଳ ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା ବସ୍ତା ବିଜେପି

ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣା ,

ରାହୁଳ ଓ ନବୀନଙ୍କ କୁଶ ପୁତ୍ତଳିକା ଦାହ କଲା ବସ୍ତା ବିଜେପି

ବସ୍ତା , ୧୨।୧୨: ରାହୁଳ ଗାନ୍ଧୀଙ୍କ ବିଶ୍ବସ୍ତ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ଯସଭା ସଦସ୍ଯ ଧୀରଜ ସାହୁଙ୍କ ଘରୁ ଏକ ହଜାର କୋଟିରୁ ଅଧିକ କଳାଟଙ୍କା ଜବତ ହେବା ଏବଂ ଓଡିଶାର ବୌଦ୍ଧ ମଦ କାରଖାନାରୁ କୋଟି କୋଟି ଟଙ୍କା ଜବତ ଘଟଣାର ପ୍ରତିବାଦରେ ବସ୍ତା ବିଜେପି ତରଫରୁ ମଙ୍ଗଳବାର ଅପରାହ୍ଣରେ ଗାନ୍ଧୀଛକ ଠାରେ ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରାଙ୍କ ନେତୃତ୍ବରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।କଂଗ୍ରେସ ଓ ବିଜେଡିର ମଧୁଚନ୍ଦ୍ରିକା ଯୋଗୁଁ କଂଗ୍ରେସ ନେତାଙ୍କ ମଦ ସାମ୍ରାଜ୍ଯ ଗଢିଉଠିଥିବା ସହ ନବୀନଙ୍କ ଶାସନରେ ଦାଦନ ଓ ମଦ ଶିଳ୍ପର ବ୍ଯାପକ ପ୍ରସାର ହୋଇଛି ବୋଲି ବିକ୍ଷୋଭକାରୀ ମାନେ ମତବ୍ୟକ୍ତ କରିଥିଲେ। ସେହିଭଳି ରାହୁଳ ଗାନ୍ଧୀଙ୍କ ବିଶ୍ବସ୍ତ ସାଂସଦ ଧୀରଜ ସାହୁ “ମହବତ କୀ ଦୁକାନ” ନାଁରେ କୋଟି କୋଟି ଟଙ୍କାର କଳାଟଙ୍କା ଠୁଳ କରିଛନ୍ତି ବୋଲି କହିଥିଲେ। ଏହି ବିକ୍ଷୋଭ ସମୟରେ ପୂର୍ବତନ ସମିତିସଭ୍ଯ ରାଧେଶ୍ଯାମ ମହାପାତ୍ର, ସରପଞ୍ଚ ବିପିନ ବିଶ୍ବାଳ,ଧ୍ରୁବ ଚରଣ ନାୟକ, ସୂର୍ଯ୍ୟନାରାୟଣ ସାହୁ,ପ୍ରକାଶ କୁଣ୍ଡୁ,ରାଜେନ ପରିଡା,ପ୍ରସନ୍ନ ପଣ୍ଡା,ମନୋଜ ବେହେରା,ଅରୁଣ ଦାସ,ବିନୟ କେତନ ଜେନା,ରାସ ବିହାରୀ ଦାସ ଅଧିକାରୀ,ସୁଦର୍ଶନ ସାହୁ,ସୁଶୀଲ ବେହେରା,ଦୀନକୃଷ୍ଣ ବେହେରା, ମନୋଜ ସାମଲ,ସୁଶୀଲ ପ୍ରଧାନ,ଗୌତମ ଦାସ,ଝାଡେଶ୍ବର ଦାସ,ବିନୋଦ ବେହେରା,ଶରତ ବାରିକ,ଝରଣା ସାମଲ,ଅଜୟ ବାରିକ,ମନ୍ମଥ ବେହେରା,ଅଶୋକ ମଣ୍ଡଳ, ସଞ୍ଜୟ ଜେନା,ଅନିରୁଦ୍ଧ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ସବାଶେଷରେ କର୍ମୀ ମାନେ ରାହୁଳ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ବିଜୁ ଯୁବ ଓ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆହ୍ବାନ 

masiha

Leave a Comment

error: Content is protected !!