ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

ମୟୂରଭଞ୍ଜ -୧୬/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ବାସିଙ୍ଗୀ ପଞ୍ଚାୟତର କଦମଡିହି ଗ୍ରାମର ଶହୀଦ ଵୀର୍ସା ମୁଣ୍ଡା କ୍ଳବ ଆନୁକୁଲ୍ୟରେ ସଂକ୍ରାନ୍ତି ଅନୁସାରେ ମାର୍ଗଶିର ମାସ ଗୁରୁବାରଠାରୁ ଶନିବାର ଦିନ ପର୍ଯ୍ୟନ୍ତ ମହା ଆନନ୍ଦ ଉଲ୍ଲାସର ସହ ୨୩ ତମ ଲକ୍ଷ୍ମୀ ପୂଜା ପାଳନ କରାଯାଇଛି ।ନନା ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ ।ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କୟ ସ୍ଵାସ୍ଥ୍ୟ ଭଲ ରହୁ ସମସ୍ତଙ୍କ ଘର‌ଧନଧାନ।ଥରେ ପୂର୍ଣ ହେଉ ନେଇ ପ୍ରାର୍ଥନା କରିଥିଲେ । ତିନିଦିନ ଧରି ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ,କ୍ଷିରୀ ପ୍ରସାଦ ବଣ୍ଟନ କରା ଯାଇଥିଲା । ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଧୁମର ମେଲୋଡି ପରିବେଷଣ କରା ଯାଇଥିଲା । ସମଗ୍ର କଦମଡିହି ଗ୍ରାମ ରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂଜୟ ତାମୁଡିଆ,ସୁରଜ ତାମୁଡିଆ,ଗୋପି ତାମୁଡିଆ,ଅନଜ ତାମୁଡିଆ,ଶିବ ଚରଣ ପାତ୍ର,ଭାସ୍କୋ ପାତ୍ର ,ବିଜୁ ପାତ୍ର,ସୁପ୍ରଭା ତାମୁଡିଆ, ଲେମ୍ବୁ ପାତ୍ର ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା, ଦାବୀ ପୂରଣ ନକଲେ ଭୋଟ ବର୍ଜନ 

masiha

ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ 

masiha

ଗଣିତ ଶିକ୍ଷକ ଙ୍କ ଆକସ୍ମିକ ବଦଳି, ବାତିଲ କରିବା ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!