ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

 ତେନ୍ତୁଳିଖୁଣ୍ଟି ୧୭/୧୨/୨୩ // ନବରଙ୍ଗ ପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଠାରେ ଆଜି ବ୍ଲକ ର ଚାଷୀ ମାନେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ। ଉକ୍ତ ବୈଠକ ଆରମ୍ଭ ରେ ପ୍ରଦୀପ ପ୍ରଜ୍ଵଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ବୃନ୍ଦାବନ ତ୍ରିପାଠୀ। ଚାଷୀ ସବୁବେଳେ ଅନ୍ୟାୟ ର ଶିକାର ହୋଇ ଆସୁଛି ,କିନ୍ତୁ ସଂଗଠିତ ଉଦ୍ୟମ ହେଉ ନଥିବାରୁ ଚାଷୀ ବହୁ କ୍ଷେତ୍ରରେ ବଞ୍ଚିତ ହେଉଛି। ଏଣୁ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଏକ ଅଣରାଜନୈତିକ ଚାଷୀ ସଙ୍ଗଠନ କରିବାକୁ ନିଷ୍ପତ୍ତି ନେଇ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଭାବେ ବସନ୍ତ ପାଣିଗ୍ରାହୀ ,ଉପସଭାପତି ଭାବେ ସନ୍ତୋଷ ପାତ୍ର, ଧର୍ମେନ୍ଦ୍ର ବିଶୋଇ ହରିଶ୍ଚନ୍ଦ୍ର ନାୟକ, , ଦିଲିପ ପ୍ରଧାନୀ ମନୋନୀତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବେ ଗୋପୀନାଥ ମହାନ୍ତି , କୋଷାଧ୍ୟକ୍ଷ ଭାବେ କିଶୋର ସିଂ ,ଆଇନ ପରାମର୍ଶ ଦାତା ଭାବେ ତପନ ସିଂ ,ଓ ରବୀନ୍ଦ୍ର ନାୟକ ଙ୍କୁ ଚୟନ କରାଯାଇଥିଲା। ସମ୍ପଦକମଣ୍ଡଳୀ ରେ ଅଚ୍ୟୁତାନନ୍ଦ ବିଶୋଇ ,ନନ୍ଦ ନନ୍ଦନ ବିଶୋଇ , ଉମାସଙ୍କର ନାୟକ ,ରଞ୍ଜିତ ମହାଙ୍କଡ଼ , ରହିଥିବା ବେଳେ ମୁଖପାତ୍ର ପ୍ୟାନେଲ ରେ ଦ୍ଵାରିକା ମହାପାତ୍ର ଓ ଶେଖର ଖୁରା ରହିଛନ୍ତି। ମିଡିଆ ସେଲ ରେ ବାରିଜ ପଟନାୟକ ରହିଛନ୍ତି।ମୁଖ୍ୟ ପରାମର୍ଶ ଦାତା ଭାବେ ନାରାୟଣ ପାତ୍ର ସହକାରୀ ପରାମର୍ଶଦାତା ଭାବେ ମୃତ୍ୟୁଞ୍ଜୟ ସିଂ ,କୁଞ୍ଜବିହାରି ପଣ୍ଡା ପ୍ରହ୍ଲାଦ ହିଆ ଲ, ପ୍ରଦୂରମ ବିଶୋଇ ,ଲଳିତ ମୋହନ ନାୟକ ,ଖଗପତି ଜାନୀ ରହିଛନ୍ତି। କାର୍ଯ୍ୟ କାରୀ କମିଟି ରେ ବା ଇଶ ଜଣ ରହିଛନ୍ତି। ମଣ୍ଡି ରେ କଟନୀ ଛଟନୀ ବନ୍ଦ କରିବା ,ଚାଷୀ ଫସଲବୀମା କ୍ଷତିପୂରଣ ଧାର୍ଯ୍ୟ ନିୟମ ଅନୁସାରେ ପାଇବା ପାଇଁ ଚାଷୀ ସଂଗଠନ ତାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସରସ୍ଵତୀ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଛାତ୍ର/ଛାତ୍ରୀ ଯେମିତି,ବିଦ୍ୟାଳୟ ପରିବେଶ ସେମିତି,ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ହେବତ ଏମିତି

Sunil Chandra Nayak

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!