ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା :- ବିଗ୍ନାନ ବିଦ୍ୟାଳୟ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା, ଗଣିତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଗ୍ନାନ ବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ର ପ୍ରିନସିପାଲ ଶ୍ରୀ ଏ ଲ ପ୍ରବୀଣ କୁମାର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ବିଜ୍ଞାନ ସୋମନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକ ଭାବେ ସ ବିଜ୍ଞାନ ଶିକ୍ଷକ ଜି ମହେଶ, ନିରୁପମା ନାୟକ, ଅଜୟ  ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ଜେ ଡ଼ି ଆର୍ଟ ଭିଜୁଆଲ ଏକାଡେମୀ ଦ୍ୱାରା ଆୟୋଜନ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍କୁଲ ଗୁଡାକ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ।

ବିଜ୍ଞାନ ମେଳାରେ ପଚାଶ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥ‌ିବାବେଳେ କୁନି କୁନି ପିଲାଙ୍କ ଦ୍ୱାରା ବିଭିନ୍ନ ଚିତ୍ରାଙ୍କନ ପ୍ରଦର୍ଶିତ କରାଯାଇଛି । ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଚିତ୍ରାଙ୍କନ କରିଥିବା ଛାତ୍ରଛାତ୍ରୀଙ୍କୁ ଦେଖ୍ ବିଚାରକ ଓ ଅଭିଭାବକ ମାନେ ଖୁସି ହେବ। ସହ ସେମାନଙ୍କ ପାଖରେ ବସି ବିଜ୍ଞାନ ସୋମନ୍ଧୀୟ ଓ ଚିତ୍ରକଳା ସୋମନ୍ଧ ରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ପ୍ରିନସିପାଲ ପ୍ରବୀଣ କୁମାର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଲ୍ଲବୀ ପାଣିଗ୍ରାହୀ, ଅଭିନୀତା ପାଣିଗ୍ରାହୀ, ରୀନା ସ୍ଵାର, କବିତା, ଉଷା ରାଣୀ, ଶାରାଧା ପଟନାୟକ, ମମିତା ଦାସ, ନିରୁପମା ନାଇକ,ଅଜୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ :ରାଇରଙ୍ଗପୁର,ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ୪୦ତମ ଶିଶୁମେଳା ଅନୁଷ୍ଠିତ

masiha

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!