ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ 

   ମୟୂରଭଞ୍ଜ- ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଏବଂ ସହରର ଥିବା ରାଇରଙ୍ଗପୁର ଲ୍ଯାମ୍ପରେ ସୋମବାର ଦିନ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ଏମଡି ଶ୍ରୀମତୀ ଲୋପାମୁଦ୍ରା ମହାନ୍ତ ନଡ଼ିଆ ଫଟାଇ ପୂଜାର୍ଚନା କରିଥିଲେ । ରାଇରଙ୍ଗପୁର ଏଆରସିସି ରାମଚନ୍ଦ୍ର ବିଶ୍ବାଳ ଫିତା କାଟି ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ,ଆରଏମସି ସଂପାଦକ ମନୋରଞ୍ଜନ ବେହେରା, କର୍ମଚାରୀ ଦିନେଶ ବେହେରା,ଲ୍ଯାମ୍ପ କର୍ମଚାରୀ ଆଶୁତୋଷ ମହାନ୍ତ,ସଂଜିତ ବାରିକ,କୃଷ୍ନ ମହାନ୍ତ,ବିଶ୍ବକଳ୍ପିତା ମହାନ୍ତ, ଇନ୍ଦ୍ରଜିତ ବାରିକ , ଏବଂ ବହୁ ଚାଷୀ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ ।ଏହି ଲ୍ଯାମ୍ଫରେ ୮୭୬ ଜଣ ଚାଷୀ ପଂଜିକୃତ କରିଛନ୍ତି ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି ।୫ ଜଣ ଚାଷୀ ଆଜି ଧାନ ମଣ୍ଡିକୁ ଧାନ ଆଣିଥିଲେ । ଠିକ୍ ସମୟରେ ଧାନ ମଣ୍ଡି ଖୋଲା ଯାଇଥିବାରୁ ଚାଷୀମାନେ ଭାରି ଖୁସି ହୋଇଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

9-Year-Old Boy Dies Due to Blood Denial at Odisha Blood Centre

masiha

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ , ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

masiha

ଭାରତମାଲା ଯୋଜନାରେ ପୋଲ ସ୍ଥାନାନ୍ତର ଯୋଗୁଁ 10 ଏକର ଜମିରେ ପାଣି ଜମିଲା,ପୋଲ ସ୍ଥାନାନ୍ତର ପାଇଁ ଦାବି

Leave a Comment

error: Content is protected !!