ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି                                     

ନବରଙ୍ଗପୁର ( ମ ନି ସ) ରାତି ରାତି ଲୁଚାଛପା ଶ୍ରମିକ ନ ଲଗେଇ ମେସିନ ରେ କରାଯାଉଛି ମନେରଗା କାମ lଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଯୋଡ଼େଙ୍ଗା ପଂଚାୟତର ବୋରଗାଁ କଲୋନୀ ଗ୍ରାମରେ lସୂଚନା ଥାଉ କି ପଂଚାୟତ ତରଫରୁ ବୋରଗାଁ କଲୋନୀ ରେ ରାସ୍ତା ର ଦୁଇପାର୍ଶ୍ୱ ରେ ମାଟିନାଳ ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ମାଟିନାଳ ମେସିନ ସାହାଯ୍ୟ ରେ ଖୋଳା ଯାଇଛି l ରାତି ରେ ଲୁଚାଛପା ମେସିନ ରେ କରାଯାଇଛି ମେସିନ ର ଖୋଳିବାର ଚିହ୍ନ ମଧ୍ୟ ରହିଛି l ଏହି କାମ ପାଖେ କୌଣସି ସୂଚନା ଫଳକ ନାହିଁ, ଏହି କାମ କେଉଁ ବର୍ଷର ଏହାର ଅଟକଳ ମୂଲ୍ୟ କେତେ ? କୌଣସି ତଥ୍ୟ ମଧ୍ୟ ଜଣାପଡୁ ନାହିଁ l ବାରମ୍ବାର ତାଗିଦ ପରେ ମଧ୍ୟ ପଂଚାୟତ ଅଧିକାରୀ ଙ୍କ ନଜରରେ ପଡୁନି lଏହି ବିଷୟ ରେ ଯୋଡ଼େଙ୍ଗା ପଂଚାୟତ ର ଗ୍ରାମ୍ୟ ରୋଜଗାର ସେବକ ଙ୍କୁ ବାରମ୍ବାର ଫୋନ କରିବା ସତ୍ତ୍ୱେ ମଧ୍ୟ ଫୋନ ଉଠେଇ ନ ଥିଲେ l ତେଣୁ ତାଙ୍କ ସହ ଯୋଗାଯୋଗ ହୋଇ ପରିନଥିଲା,ପରେ ଯୋଡ଼େଙ୍ଗା ପଂଚାୟତ ର ପୂର୍ଵତନ ସରପଞ୍ଚ ପ୍ରତିନିଧି ଫୁଲସିଂ ଗଣ୍ଡ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ସେହି ଗ୍ରାମ ର ରଇନୁ ଏହି କାମ କରୁଛି , ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି l ଗୋଟେପଟେ ଲୋକେ କାମ ନ ପାଇ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ରାତାରାତି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

Sunil Chandra Nayak

ସରଧାପୁର ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ଦାଖଲ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!