ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ବୋଡ଼ର ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ ସଭା ରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ବିଡ଼ିଓ ଡ. ହିମାଞ୍ଚଳ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ମୂଖ୍ୟ ବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସର ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରି ଥିବା ଛାତ୍ର ଛାତ୍ରୀ ଙ୍କୁ ଅଥିତି ମାନେ ପୁରସ୍କୃତ କରି ଥିଲେ । ଅଧ୍ୟାପକ ଶରତ କୁମାର ମୁଣ୍ଡ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଶୋକ ସାହୁ, ସଂଜୀବ ପଟ୍ଟଯୋଷୀ, ଭୂଷଣ୍ଡ ବୋଡେକ, ଦେବେନ୍ଦ୍ର ଜଗତ, ଯୋଗେନ୍ଦ୍ର ବାଗ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବଲାଙ୍ଗିରରେ ଘୂର୍ଣ୍ଣିବାତ୍ୟା ଓ କୁଆପଥର ବୃଷ୍ଟିରେ ବ୍ୟାପକ କ୍ଷତି, ପ୍ରତି ଚାଷୀଙ୍କୁ ₹୨0 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦାବି କଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ

masiha

୧-ସାପୁଆ ନଈ ପଠାରେ ଧୋବ ଫରଫର କାଶତଣ୍ଡୀ , ୨- କନ୍ଧରାରେ ଧୁମଧାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ, ୩-ଗବଗଡା ଗ୍ରାମବାସୀ ଦୀର୍ଘ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ,୪- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ , ୫-ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଶେଷ ଖୁଦୁରୁକୁଣୀ ଓଷା ପାଳିତ, ୬- ଜିଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାମାକ୍ଷାନଗର ବ୍ଲକର କୃତିତ୍ୱ , ୭- ବିଦ୍ୟୁତ ସମସ୍ୟା ନେଇ ମହାବିରୋଡ଼ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର , ୮- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ, ୯- ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ “ଗଡ଼ଜାତ ଗାନ୍ଧି ସ୍ମୃତି ସୁରକ୍ଷା ସମ୍ମାନ”, ୧୦-ସେନା କର୍ମଚାରୀଙ୍କର ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ 

Sunil Chandra Nayak

Leave a Comment

error: Content is protected !!