ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ବୋଡ଼ର ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ ସଭା ରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ବିଡ଼ିଓ ଡ. ହିମାଞ୍ଚଳ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ମୂଖ୍ୟ ବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସର ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରି ଥିବା ଛାତ୍ର ଛାତ୍ରୀ ଙ୍କୁ ଅଥିତି ମାନେ ପୁରସ୍କୃତ କରି ଥିଲେ । ଅଧ୍ୟାପକ ଶରତ କୁମାର ମୁଣ୍ଡ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଶୋକ ସାହୁ, ସଂଜୀବ ପଟ୍ଟଯୋଷୀ, ଭୂଷଣ୍ଡ ବୋଡେକ, ଦେବେନ୍ଦ୍ର ଜଗତ, ଯୋଗେନ୍ଦ୍ର ବାଗ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧୯ ରୁ ସପ୍ତାହକୁ ୩ ଦିନ ଚାଲିବ ଜୁନାଗଡ଼ ରୋଡ଼-ହାବଡା ଇସ୍ପାତ ଏକ୍ସପ୍ରେସ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

ବାମନଘାଟୀ ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ୧୧ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!