ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

କୋକସରା,୧୯ /୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଠାରେ ତସ୍‌ନାମୀ ସମାଜ ପକ୍ଷରୁ ଗୁରୁ ଘାସିଦାସ ବାବାଙ୍କ ୨୬୭ ଅବତରଣ ଦିବସ ଓ ସତନାମ ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ସକାଳରେ ସାମୁହିକ କଳଶ ଯାତ୍ରା କରାଯାଇଥିଲା, ପରେ ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଓ ମଙ୍ଗଳପନ୍ଥି ନୃତ୍ୟ, ଆରତି କାର୍ଯ୍ୟକ୍ରମ ରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ ସମେତ ବିଭିନ୍ନ ସ୍ଥାନରୁ ଶହଶହ ସଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଅନୁଷ୍ଠିତ କ୍ରାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ କାଉଡୋଳା ଦେବିସିଂ ତାଣ୍ଡି, ଜିଲ୍ଲା ସତନାମ ସମାଜ ସଭାପତି ପଦ୍ମଲାଲ ସତନାମୀ, ପୂର୍ବତନ ସଭାପତି ଗଣେଶ୍ୱର ସତନାମୀ, ପୂର୍ବତନ ଉପ ସଭାପତି ଶତ୍ରୁଘନ ସତନାମୀ, କୁଳପତି ସତନାମୀ ସମାଜ ଧରମ ସାଗର ସତନାମୀ, ଅଵସର ପ୍ରାପ୍ତ ପ୍ରାଧ୍ୟାପକ ଜୟଧର ସତନାମୀ, ସମାଜସେବୀ ହରିହର ମଙ୍ଗରାଜ, ସମିତି ସଭ୍ୟ ବୈଦେହୀ ବେଶ୍ରା, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା ପ୍ରମୁଖ ଉପସ୍ଥିତ ରହି ସତନାମୀ ସମାଜର ସନ୍ଥ ଗୁରୁ ଘାସିଦାସ ବାବାଙ୍କ ସ୍ମୃତି ଚାରଣ କରିବା ସହ ପାରମ୍ପରିକ, ସାମାଜିକ ରୀତିନୀତି ଉପରେ ମତ ଦେଇଥିଲେ। ସତନାମ କଲ୍ୟାଣ ସମିତି ଓଡିଶା କ୍ଷେତ୍ର ମୋହନ ସତନାମୀ ମଞ୍ଚ ସଂଯୋଜନା କରିଥିଲେ ଓ କାଉଡୋଳା ସତନାମ ସମାଜର ସଭାପତି ଅଶ୍ୱିନ କୁମାର ସତନାମୀ ଓ ସମ୍ପାଦକ ରାମେଶ୍ୱର ସତନାମୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୂଜା କମିଟି ସଭାପତି କାନ୍ତ ସତନାମୀ, ସମ୍ପାଦକ ତୋଫାନ ସତନାମୀ ଓ କାଉଡୋଳା ସତନାମ ସେନା ଯୁବଗୋଷ୍ଠୀ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାତୀୟ ସେବା ଦିବସ ପାଳିତ

Sunil Chandra Nayak

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ରେ…

Sunil Chandra Nayak

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

Leave a Comment

error: Content is protected !!