ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

କୋକସରା,୧୯/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସଵର ଅବ୍ୟାହତ ପୂର୍ବରୁ ଛାତ୍ରଛାତ୍ରୀ ମାନେ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ମଶାଲ ଯାତ୍ରାରେ ଆସି ସ୍କୁଲର ଖେଳ ପଡ଼ିଆରେ ଆଣି ପହଞ୍ଚିବା ପରେ ଉପସ୍ଥିତ ଅତିଥିମାନେ ସେମାନଙ୍କୁ ସ୍ୱାଗତ କରି କ୍ରୀଡା ଦିବସର ପତାକା ଉତ୍ତୋଳନ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା ଉପସ୍ଥିତ ରହି କ୍ରୀଡା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସନ୍ତୁଳନ ରଖିବା ସହ ଖେଳକୁଦରେ ସଫଳତା ନିଜ ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବାରେ ମଧ୍ୟ ସହାୟକ ହୋଇଥାଏ ବୋଳି କହିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରେ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର କ୍ରୀଡା ଉତ୍ସଵର ଉଦଯାପନି କାର୍ଯ୍ୟକ୍ରମ ରହିଥିବା ନେଇ ନୋଡାଲ ପିଇଟି ଅମିତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ 

Related posts

ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟକ୍ରମ 

masiha

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!