ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

ଡାବୁଗାଁ, ୨୨/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଭୀମାଗୁଡା ଗ୍ରାମ ନିକଟ ଏକ କୂଅରୁ ଜଣେ ନାବାଳକର ମୃତ ଦେହ ଶୁକ୍ରବାର ସକାଳେ ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଭୀମାଗୁଡା ଗ୍ରାମର ପଦ୍ମନ ଭତ୍ରା ଙ୍କ ପୁଅ ବିଶ୍ଵନାଥ ଭତ୍ରା (୧୪) ଗୁରୁବାର ଅପରାହ୍ନ ୪ ଘ. ସମୟରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ଘର କୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ | ଶୁକ୍ରବାର ଖୋଜା ଖୋଜି କରୁଥିବା ବେଳେ ଗ୍ରାମ ପାଖ ଜମି ମଧ୍ୟରେ ଥିବା ଏକ କୂଅ ଭିତରେ ବିଶ୍ଵନାଥ ଭାସୁଥିବା ଦେଖିଥିଲେ | ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ପରେ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ନାବାଳକକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକର ପିତା ପଦ୍ମନ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ

masiha

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ପରଲୋକ

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!