ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭାଲୁଚଞ୍ଚରା ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଭାଲୁଚଞ୍ଚରା ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଲାଞ୍ଜିଗଡ,୨୨/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଭାଲୁଚଞ୍ଚରାସ୍ଥିତ ଦିବ୍ୟଶକ୍ତି ଯୁବ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗ ଦେଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୂବର୍ତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ମାଝୀ ଓ ଯୁବ ସମାଜସେବୀ କିରଣ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚ ନର୍ଲା ବ୍ଲକ ବାଗପୁର ଓ କଦମ୍ବଗୁଡା ପଂଚାୟତ କାଠସମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବାଗପୁର ଦଳ ବିଜୟୀ ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚ ଆୟୋଜକ ଭାଲୁଚଞ୍ଚରା ଓ କେରାଣ୍ଡିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଭାଲୁଚଞ୍ଚରା ଦଳ ବିଜୟୀ ହୋଇଥିଲା। ପରବର୍ତ୍ତୀ ମ୍ୟାଚ ବାଗପୁର ଓ ଭାଲୁଚଞ୍ଚରା ମଧ୍ୟରେ ହୋଇଥିବାବେଳେ ଏଥିରେ ବାଗପୁର ଦଳ ବିଜୟୀ ହୋଇଥିଲା। ଗୋଧନ ବାଗ ଓ ପ୍ରଶାନ୍ତ ମିର୍ଦ୍ଧା ମ୍ୟାଚ ପରିଚାଳନା କରିଥିଲେ। ପରିଚାଳନା କମିଟିର ସଭାପତି ରାମସାଗର ମାଝୀ, ସମ୍ପାଦକ ପ୍ରଶାନ୍ତ ମିର୍ଦ୍ଧା, ଉପଦେଷ୍ଟା ଗୋଧନ ବାଗ, ଦୈତାରୀ ମାଝୀ, ଅଭିନ କୁମାର ମାଝୀଙ୍କ ସମେତ ସଦସ୍ୟ ଦିଲିପ ମାଝୀ, ଥବିର ମାଝୀ, ଲମ୍ବୁଧର ମାଝୀ, ଶୁଭମ ଗରଡ଼ା, ହେମରାଜ ମାଝୀ, ବିଭୂତି ବାଗ, ବାବୁଲି ମାଝୀ, ହେମନ୍ତ ପଟେଲ ,ସଞ୍ଜୟ ମାଝୀ, କୈଳାସ ମାଝୀ, ବାବୁଲା ମାଝୀ, ଗଙ୍ଗାରାମ ବାଗ, ପବିତ୍ର ମାଝୀ, ପ୍ରମୋଦ ମାଝୀ, ସୁଧୀର ମାଝୀ, କୁଳ ମାଝୀ, ସୁଶାନ୍ତ ମାଝୀ, କାର୍ତ୍ତିକ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଚିଲିଗୁଡା ଠାରେ ଦ୍ଵି ଦିବସୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ସଫଳତା

Sunil Chandra Nayak

Leave a Comment

error: Content is protected !!