ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ସେମିଫାଇନାଲରେ ନବରଙ୍ଗପୁର ଦଳ

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,

ସେମିଫାଇନାଲରେ ନବରଙ୍ଗପୁର ଦଳ

ଜୁନାଗଡ୨୩/୧୨(ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଚନ୍ଦୁ ସାହାଣୀ ମେମୋରିଆଲ ଅନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ସପ୍ତମ ଦିନ ରେ ନବରଙ୍ଗପୁର ବନାମ ଟିଟଲାଗଡ ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଟିଟଲାଗଡ ଦଳ ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ । ନବରଙ୍ଗପୁର ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ସମସ୍ତ ଉଇକେଟ ହରେଇ ୨୦୬ ରନ୍ କରିଥିଲେ । ଏହାର ଜବାବ ରେ ଟିଟଲାଗଡ ୨୫.୫ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୫୩ ରନ୍ ସଂଗ୍ରହ କରି ଥିଲା ୫୩ରନ ରେ ନବରଙ୍ଗପୁର ବିଜୟୀ ହେବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ନବରଙ୍ଗପୁର ଦଳ ଅଧିନାୟକ ରବି ଶଙ୍କର ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୮୯ ରନ ଓ ୩ ୱିକେଟ ନେଇ ମେନଅଫଦିମ୍ୟାଚ ହେଇଥିଲେ ।

 ମ୍ୟାଚରେ ଅମ୍ପାୟାର ଭାବେ ନିଲୁ ପଣ୍ଡା, ଓ ଦିପେନ୍ ସାହୁ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ପରମେଶ୍ବର ପୋଢ଼ ଓ ମୁନୁ ବେହେର, ନୀତିଶ ମହାପାତ୍ର, ଜାବିଦ ଖାନ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଜତିନ୍ଦ୍ର ପାଢ଼ୀ ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠିତ ଵ୍ୟବସାୟ ତଥା ସମାଜ ସେବୀ ସୋନ୍ତୋଷ ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତାକାଲି ବଲାଙ୍ଗିର ବନାମ ଭାବାନୀପାଟଣା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ପ୍ରତିଯୋଗିତା

Sunil Chandra Nayak

ମୁଣ୍ତମରାଇ ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

ପିଣ୍ଡିରୀ ଗୁଡା ବିଜୟ ସହ ଟ୍ରଫି ହାତେଇ ଛନ୍ତି

Leave a Comment

error: Content is protected !!