ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ବେଳାରୁଷିୟାନ କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ଡ଼. ନିଆଲଙ୍କ ଓଡ଼ିଆ କବିତା ‘ସେ ଟ୍ରେନର ଗତି’କୁ ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ କରିଛନ୍ତି । ଏହି କବିତାକୁ ଡ଼. ତପନ କୁମାର ରଥ ଇଂରାଜୀରେ ଅନୁବାଦିତ କରିଥିଲେ । କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ୨୨ଟି ସାହିତ୍ୟ କୃତି ରଚନା କରିଛନ୍ତି । ଏଥିରେ ୧୨ଟି କବିତା ସଂକଳନ ଓ ୧୦ଟି ଶିଶୁ ସାହିତ୍ୟ ସଂକଳନ ରହିଛି । ସେ ରୁଷ ଏବଂ ବେଳାରୁଷରେ ଅନେକ ସଂଗଠନଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ୟୁନିୟନ ଅଫ ରାଇଟର୍ସ ବେଳାରୁଷ ସଂଗଠନ ର ସଦସ୍ୟ ଅଟନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ,ସ୍ପେନିସ, ଆଳବାନିୟନ,ସ୍ବେଡ଼ିସ, ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Related posts

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

Sunil Chandra Nayak

Leave a Comment

error: Content is protected !!