ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଧନା

ଜୁନାଗଡ ୧/୦୪ (ନି.ପ୍ର) ଜୁନାଗଡ ବ୍ଲକ ଅନ୍ତର୍ଗତ କଲେଇଗା ପଞ୍ଚାୟତ ର କୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଧନା ଦିଆଯାଇଥିଲା | କୁଲିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଆୟୋଜିତ ସଭାରେ ତାଙ୍କୁ ସମ୍ମାନିତ କରାଯଇଥିଲା | ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ କଲେଇଗାଁ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ, କୃଷକ ନେତା ତଥା ବିଦ୍ୟାଳୟ ର ପୂର୍ବତନ ସଭାପତି ଲକ୍ଷଣ ରଣବୀର,,ଅନନ୍ତ ରାମ ବାଗ,ପରମାନନ୍ଦ ପୂଝାରୀ,ଆନନ୍ଦ ପୁଝାରୀ , ସୁଦାମ ଚରଣ ପାତ୍ର ଓ ପୂର୍ବତନ ଛାତ୍ର ଛାତ୍ରୀ ଓ କାର୍ଯ୍ୟରତ ଶିକ୍ଷକ ଯୋଗ ଦେଇଥିଲେ । ଶିକ୍ଷକ ବିଜୟ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ | ସମୀର କୁମାର ନାଏକ ଉକ୍ତ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ୩୬ ବର୍ଷ ଯାଏଁ କାର୍ଯ୍ୟ କରି ଆସୁଥିଲେ | ଉତ୍ତମ ଶିକ୍ଷାଦାନ ସହ କାର୍ଯ୍ୟରତ ଥିବା ସମୟ ରେ ବିଦ୍ୟାଳୟ ରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ତାଙ୍କ ଅବଦାନ ରହିଥିବା ପ୍ରକାଶ କରିଥିଲେ | ଶେଷ ରେ ସ୍ଥାନୀୟ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଧନା ଜଣାଇଥିଲେ | ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ସମାଜସେବୀ ଙ୍କ ମାତୃ ବିୟୋଗ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଜ୍ଞାପନରେ ମନ

Sunil Chandra Nayak

ରାସ୍ତାରେ ମୃତାବସ୍ଥାରେ ପଡ଼ିଥିବା କୁକୁରର ଶବ ସତ୍କାର କଲେ ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା

Sunil Chandra Nayak

Leave a Comment

error: Content is protected !!