ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆସାହିରେ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ 

ଖଡିଆସାହିରେ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ 

 ମୟୂରଭଞ୍ଜ – ୨୭/୧୨ ( ମସିହା) ପ୍ରବଳ ଶୀତଳ ଜାଡରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଥରୁଛି ।ବିଶେଷତଃ ବଣ ଜଙ୍ଗଲ ଘେରା ଦୁର୍ଗମ ପାହାଡ ଇଲାକାରେ ରହୁଥିବା ଗରିବ,ଗୁରୁବା ନିରିହ ଖଡିଆ ସଂପ୍ରଦାୟର ବସବାସ କରୁଥିବା ଦୁଃଖ ଅପ୍ରମିତ । ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ କି କମ୍ବଳ ଟିଏ ନାହିଁ ।ଵୁଢାଵୁଢୀ ଓ ,ଛୋଟ ଛୋଟ ପିଲାମାନଙ୍କ ଦୁଃଖ କଥା ନ କହିଲେ ସତରେ ! ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଵଡଝରଣ ପଞ୍ଚାୟତର ଜୁଡିଆ ଗ୍ରାମ ସନ୍ନିକଟ ଖଡିଆ ସାହିରେ । ଏମାନଙ୍କ ଅବସ୍ଥା ଦେଖି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ଶହୀଦ ନୂଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ’ ସାହାଯ୍ୟ ଓ ସହଯୋଗର ହାତ ବଢାଇଛି । ବୁଧବାର ଦିନ ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ପ୍ରତିଷ୍ଠାତା ଯୁଵ ସମାଜସେବୀ ମନୋରଞ୍ଜନ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅସହାୟ ଗରିବ ଗୁରୁବା ଖଡିଆ ସଂପ୍ରଦାୟର ବୁଢ଼ାବୁଢ଼ୀ ମାନଙ୍କୁ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରାଯାଇଛି ।ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ‌ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମୋଚିରାମ ମାଝୀ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ମେଜର ମହେନ୍ଦ୍ର ମହାନ୍ତ , ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ ରାମ, ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଯାମସେଦପୁରର ଅଭୟ ଚୌଵେ,ପ୍ରତାପ ହେମ୍ବ୍ରମ,ଅମିତ ରାଜ ସିଂ, ଗୌରାଙ୍ଗ ଗିରି,ନୂଆଚାନ୍ଦ ମହାନ୍ତ , ଦୁର୍ଗା ମାଝୀ,ଲଧିଆ ଦେହୁରୀ,ପ୍ରଦୀପ ମହାନ୍ତ, ଭାଗବତ ହେମ୍ବ୍ରମ,ରଣୁ ଦେହୁରୀ, କୁଆଁର ଦେହୁରୀ,ରାଇବାରି ମାଝୀ,ଚୈତନ ଦେହୁରୀ,ବାଜିମାତ ମାଝୀ, ରାଜେନ୍ଦ୍ର ମାଝୀ ପ୍ରମୁଖ କମ୍ବଳ ବଣ୍ଟନ କରିଥିଲେ ।ଗରୀବ ଗୁରୁବା ଖଡିଆ ସଂପ୍ରଦାୟର ବୁଢ଼ାବୁଢ଼ୀ ଯାହାଙ୍କ ପାଖରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ କିଣିଵା ପାଇଁ ଟଙ୍କା ନାହିଁ ଏଭଳି ଆବଶ୍ୟକ ସମୟରେ ଟ୍ରଷ୍ଟ ତରଫରୁ କମ୍ବଳ ଟିଏ ପାଇ ସେମାନେ ଆଖି ଛଳ ଛଳ ସହ ଭାବ ବିହ୍ୱଳ ହୋଇ ପଡ଼ି ସମସ୍ତ ସଦସ୍ୟଙ୍କୁ ଆଶୀର୍ବାଦ ଦେଇଥିଲେ ।ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ଵର୍ଷ ତମାମ କିଛି ନା କିଛି ସେବା ମୂଳକ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର,କମ୍ବଳ ବଣ୍ଟନ,ଶହୀଦ ଦିବସ ପାଳନ,ବୃକ୍ଷ ରୋପଣ,ଭଳି କିଛି ନା କିଛି ଟ୍ରଷ୍ଟରେ ସାମର୍ଥ୍ୟ ଅନୁସାରେ କାର୍ଯ୍ୟକ୍ରମ କରୁଅଛି ।ଟ୍ରଷ୍ଟରେ ସାମାଜିକ ସେବା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ

masiha

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

ଜୁନାଗଡ଼ ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ,ନଗରପାଳ

Sunil Chandra Nayak

Leave a Comment

error: Content is protected !!