ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶିଵନାଥ ମୁର୍ମୁ ଆରପାରିରେ

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶିଵନାଥ ମୁର୍ମୁ ଆରପାରିରେ

 ମୟୂରଭଞ୍ଜ – ୨୭/୧୨( ମସିହା) ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶିବନାଥ ମୁର୍ମୁ (୬୧) ଙ୍କ କଟକର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ଅତୀତରେ ସେ ଜଣେ କ୍ରାନ୍ତିକାରୀ ଯୁବନେତା ଥିଲେ ।ଯାମଦା ବ୍ଳକର ତାରଣା ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଭାବେ ସେ ନିଷ୍ଠାର ସହ ଦାୟିତ୍ଵ ନିର୍ବାହ କରିଥିଲେ ।ଜାମଦା ଅଂଚଳର ଜଣେ ଜନପ୍ରିୟ ନେତାଥିଲେ ।ସେ ଜଣେ ଅମାୟିକ,ମେଳାପି,ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ ଦରଦୀ ମଣିଷଟିଏ ଥିଲେ ଜାମଦା ବ୍ଳକର ଆସେକା ଅନୁଷ୍ଠାନର ସଭାପତି ଦାୟିତ୍ୱ ତୁଲାଇଥିଲେ ।ସେ ମଧ୍ଯ ଜାମଦା ଶହୀଦ ଵୀର୍ସା ମୁଣ୍ଡା କଲେଜର‌ ପ୍ରତିଷ୍ଠାତା ସଦସ୍ୟ ଥିଲେ ।ତାଙ୍କର ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ଵ୍ରୀଡାର ମାଝୀ, ପୂର୍ବତନ ଜାମଦା ବ୍ଳକ ଅଧ୍ୟକ୍ଷା ହେଲେନା ବାଗେ, ବିଜେଡ଼ି ଜିଲ୍ଲା ଉପସଭାପତି ସୁବାସ ମଣ୍ଡଳ,ବିଜେପି ବରିଷ୍ଠ ନେତା ବିଜୁ ଗୋପାଲ ଗୋପ, ସାମନ୍ତ ଗିରି,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ଦୁର୍ଗା ହେମ୍ବ୍ରମ, ଏବଂ ଵହୁ ନେତୃବୃନ୍ଦ,ଶୁଭେଛୁ, ତାଙ୍କ ପୈତୃକ ଗ୍ରାମ ତାରଣା ପଞ୍ଚାୟତର ସାନ କୁଲେଇବିରା ବାସ ଭବନକୁ ଯାଇ ଶେଷ ଦର୍ଶନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ସାଂସଦ ତଥା ଏଆଇସିସି ସଦସ୍ଯା ସୁଶିଳା ତିରିଆ, ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ,ଏସି ସେଲ ସଭାପତି ଭାଗିରଥି ପାତ୍ର ଏବଂ ବହୁ କଂଗ୍ରେସ ନେତା ଶୋକ ପ୍ରକାଶ କରିବା ସହ ଜିଲ୍ଲା ଏକ କଂଗ୍ରେସ ଦଳର ସୁସଂଗଠକ ହରାଇଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ  

masiha

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

Sunil Chandra Nayak

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

Leave a Comment

error: Content is protected !!