ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୟପାଟଣା ଢୁଲୁଘାଟିରେ ଲୁଟ୍ ଘଟଣା, ଜଣେ ଗିରଫ, ତିନି ଫେରାର..

ଜୟପାଟଣା ଢୁଲୁଘାଟିରେ ଲୁଟ୍ ଘଟଣା,

ଜଣେ ଗିରଫ, ତିନି ଫେରାର…

ଜୟପାଟଣା ଥାନା ଅନ୍ତର୍ଗତ ଢୁଲୁଘାଟିରେ ଚୋରି ଅଭିଯୋଗ ରେ ଜଣେ କୋର୍ଟ ଚାଲାଣ, ଆଉ ତିନି ଅଭିଯୁକ୍ତ ଫେରାର ଥିବା ସୂଚନା।ଜୟପାଟଣା ଥାନା ଢୁଲୁଘାଟି ରେ ଗତ ୨୬ ତାରିଖରେ ଚାରିଜଣ ଯୁବକ ପିକନିକ କରି ଫେରୁଥିବା କିଛି ଲୋକଙ୍କ ମୋବାଇଲ, ଟଙ୍କା ଓ କ୍ୟାମେରା ଲୁଟ କରିଥିବା ଅଭିଯୋଗ ହୋଇଥିଲା।ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ର ଅମୀର କୁମାର ବାଗ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତାଙ୍କ ଠାରୁ ଲୁଟ କରିଥିବା କ୍ୟାମେରା ସହ ଚୋରିରେ ବ୍ୟବହାର କରିଥିବା ଗାଡି ଜବତ କରିଛି।ତେବେ ଅନ୍ୟ ତିନି ଜଣ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

MINERAL SMUGGLING AND ILLEGAL QUARRYING ON THE RISE IN RAYAGADA*

masiha

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

Leave a Comment

error: Content is protected !!