ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ  କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ 

କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେବାକୁ ଥିବା ରାଜ୍ୟସ୍ତରୀୟ ୪ର୍ଥ ବାର୍ଷିକ ମହୋତ୍ସବ ୨୦୨୩-୨୪ ଅ’ ପ୍ରତିଭା ସମ୍ମାନ ପାଇଁ ଯୁବକବି ସୁଶାନ୍ତ ରଣାଙ୍କ ନାମ ଘୋଷଣା ହୋଇଛି l କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ମାଟି ତେରେସିଂହା ଗ୍ରାମର ପିତା ଭରତ ରଣା ଓ ମାତା ପାଟବତୀ ରଣାଙ୍କ ସୁପୁତ୍ର ସୁଶାନ୍ତ ରଣା ଜଣେ କବି ତଥା ଗାଳ୍ପିକ l ଛାତ୍ର ଜୀବନରୁ ହିଁ ସାହିତ୍ୟ ପ୍ରତି ଆଗ୍ରହ ରଖିଥିବା ଶ୍ରୀ ରଣା ଶତାଧିକ କବିତା ଓ ଗଳ୍ପ ଲେଖିବା ସହ ଲେଖା ଜାରି ରଖିଛନ୍ତି l ଓଡ଼ିଶାର ବିଭିନ୍ନ ଖବର କାଗଜ ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ରଚିତ ଅନେକ କବିତା/ଗଳ୍ପ ପ୍ରକାଶିତ ଓ ପ୍ରସାରିତ ହୋଇ ବେଶ ପାଠକୀୟ ଆଦୃତ ଲାଭ କରିପାରିଛି l ତାଙ୍କ ରଚିତ ସମ୍ବଲପୁରୀ କ୍ଷୁଦ୍ରଗଳ୍ପ- ମେଁମର୍, ଭେଲକା, ମକାର, ଗହକି, ରାମ୍ ଆଏ କି ରାବଣ, ଛାଡ଼ଖାଇ ଆଦି ଗଳ୍ପ ରେଡ଼ିଓ ଚକଲେଟ୍ ଏଫ୍.ଏମ୍ ୧୦୪ରେ ପ୍ରସାରିତ ହୋଇ ଶ୍ରୋତାଙ୍କର ସେ ପ୍ରିୟ ହୋଇ ପାରିଛନ୍ତି l କବିତା ଲେଖାଲେଖି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଓ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଆସନ୍ତା ୭ତାରିଖ ଜାନୁଆରୀ ୨୦୨୪ରେ ଭବାନୀପାଟଣା ସ୍ଥିତ ବ୍ଲକ କନଫରେନ୍ସ ହଲରେ ହେବାକୁ ଥିବା ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ରାଜ୍ୟସ୍ତରୀୟ ୪ର୍ଥ ବାର୍ଷିକୋତ୍ସବ ୨୦୨୩-୨୪ ପାଇଁ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ନରେଶ କୁମାର ସାହୁ ଓ ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ସୂଚନା ଦେଇଛନ୍ତି l

Related posts

ଜିଲ୍ଳା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ ହେଲେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ 

Sunil Chandra Nayak

ଦୁର୍ଘଟଣା ରେ ଦୁଇ ଗୁରୁତର

Sunil Chandra Nayak

ଏଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ରାଉରକେଲା ଗ୍ରସ୍ତ 

Sunil Chandra Nayak

Leave a Comment

error: Content is protected !!