ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲା ସମାଜ କଲ୍ୟାଣ ବିଭାଗ ଓ ଡାବୁଗାଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲାପାଳ ଡା. କମଳଲୋଚନ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ | ଏଥିରେ ପ୍ରଶିକ୍ଷକ ଭାବେ ରୋହିଲା ଭତ୍ରା ଓ ସାରନପୁଷ୍ପା ନାୟକ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ | ଜିଲାପାଳଙ୍କ ସମ୍ମୁଖରେ ଛାତ୍ରୀ ମାନେ ବିଭିନ୍ନ କୌଶଳ ପଦର୍ଶନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତ୍ରା, ସିଡିପିଓ ମିନତୀ ଦାଶ, ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାଶ, ଭରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଆରତୀ ବିଶୋଇ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା କିରଣମାଳା ତିର୍କୀ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ବିମଳା କୁମାରୀ ନାୟକ, କୁନମୁନ ସେନାପତି ଓ ରୋଜାଲିନି ପ୍ରଧାନ ଏବଂ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଆକ୍ସନଏଡ ଜିଲା ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତା ଫକୀର ରାଉତ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସମ୍ମାନିତ ଉତ୍ସବ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ , ବିଷ୍ଣୁ ଚରଣ ସ୍ୱାଇଁ ସମ୍ମାନିତ 

masiha

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

masiha

Leave a Comment

error: Content is protected !!