ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଠ ଏବଂ ମନ୍ଦିରରେ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ମଠ ଏବଂ ମନ୍ଦିରରେ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଦୁର୍ବୃତ୍ତ

୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟ 

ବସ୍ତା ,୧୦।୧: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମରେ ଥିବା ନିତାଇ ଗୌର ମନ୍ଦିର ଏବଂ ଜାମଶୁଳୀ ଗ୍ରାମରେ ଥିବା ଏକ ମଠରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛି। ଆଜି ସକାଳେ ମନ୍ଦିରର ପୂଜକ ପ୍ରଥମେ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡି ଥିବାର ଦେଖି ସ୍ଥାନୀୟ ଲୋକ ଏବଂ ସିଂଲା ପୋଲିସକୁ ଖବର ଦେଇ ଥିଲେ।ଖବର ପାଇ ସିଂଲା ଥାନା ପୋଲିସ, ଏବଂ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁରକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଉଭୟ ମଠ ଏବଂ ମନ୍ଦିରରୁ ଠାକୁରଙ୍କର ସମସ୍ତ ସୂନା ଅଳଙ୍କାର, ଆସବାପତ୍ର ଓ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟ କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଚୋରୀ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

masiha

Leave a Comment

error: Content is protected !!