ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

ମୟୂରଭଞ୍ଜ ତା.୧୧.୦୧. ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଶିଳ୍ପାଞ୍ଚଳର ଅଶନବଣିସ୍ଥ ଡ଼ାଇନା ଫୋମସ ରାସାୟନିକ କାରଖାନା ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ରାଜ୍ୟ ସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମରେ ମିଳିତ ପ୍ରଶାସନ ତଥା ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ଶ୍ରଦ୍ଧା ସୁମନ,ଡାଇନା ଫୋମ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ପରିଚାଳକ ଟି କେ ବିଜୟନ, ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ,ଏସଡିପିଓ ଗୋକୁଳାନନ୍ଦ ସାହୁ, ଡିଆସି,ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ,ଆଇଟିଆଇ ପ୍ରିନସିପାଲ ଶୈଳେନ୍ଦ୍ର ସିଂ,ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ,ଡିପିଓ ଜଗବନ୍ଧୁ ମହାନ୍ତି,ଓଡ୍ରାଫ୍ଟ ଅଧିକାରୀ ଅଜୟ ମୁର୍ମୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ସୋରେନ, ଟିପିଏନଓଡିଏଲ ଷ୍ଟାଫ, ଉପଖଣ୍ଡ ଲୋକ ସଂପର୍କ ବିଭାଗର ଷ୍ଟାଫ,ମହିଳା ଶିଶୁ ବିଭାଗ ଷ୍ଟାଫ୍,ପରିମଳ ବିଭାଗ,ଗ୍ରାମୀଣ ଜଳ ଯୋଗାଣ ବିଭାଗଙ୍କ ଦ୍ବାରା ଆକସ୍ମିକ ରାସାୟନିକ ବିପର୍ଯ୍ୟୟରୁ କିଭଳି ଅମୂଲ୍ୟ ଜୀବନକୁ ରକ୍ଷା କରା ଯାଇ ପାରିବ ତାହାର ମକଡ୍ରିଲ ପ୍ରଶିକ୍ଷଣ ଦିଆଯାଇଥିଲା । ଅତୀତରେ ବିଶ୍ବରେ ବହୁ ଚର୍ଚ୍ଚିତ ଭୋପାଳ ଗ୍ୟାସ ଟ୍ରାଜେଡି ଆଜି ବି ବିସ୍ମୃତ ହୋଇ ରହିଛି । ବହୁ ଧନ,ଜୀବନ, ସମ୍ପତ୍ତି ,ପରିବେଶ ନଷ୍ଟ ହେବା ସହ ତାହାରି ପ୍ରଭାବରେ ଆଜିଯାଏଁ ବିକଳାଙ୍ଗ ଛୁଆ ଜନ୍ମ ହେଉଛନ୍ତି । ମଣିଷ ଜୀବନ ଦୁର୍ଲ୍ଲଭ । ଦୁର୍ଘଟଣା ତ ଦୁର୍ଘଟଣା ସେ କାହାରିକୁ କେତେବେଳେ ବି ପଚାରି କି ଆସେ ନାହିଁ । ତେଣୁ ରାସାୟନିକ କାରଖାନା ମାଲିକ, କର୍ମଚାରୀ,ଆଖପାଖ ଗ୍ରାମବାସୀ ସବୁବେଳେ ସତର୍କ ରହିବା ଦରକାର । ହଠାତ୍ ଦୁର୍ଘଟଣା ଘଟିଲେ ଆଶୁ ବ୍ୟବସ୍ଥା କ’ଣ ଣ କର ଯାଇପାରିବ ତାହାକୁ ନେଇ ପ୍ରତିରୋଧକ କଳା କୌଶଳ ପ୍ରଦର୍ଶନକୁ ପ୍ରଦର୍ଶିତ କରା ଯାଇଥିଲା । ଡାଇନା ଫୋମ୍ସର ମୁଖ୍ୟ ପରିଚାଳକ କାରଖାନା ସୁରକ୍ଷା ଓ କର୍ମଚାରୀ ସୁରକ୍ଷା ନେଇ କ’ଣ କ’ଣ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ତାହା ଦେଖାଇବା ସହ ସହ କର୍ମଚାରୀଙ୍କ ଜୀବନ ରକ୍ଷା ତାଙ୍କ ପାଇଁ ବଡ଼ ବୋଲି କହିଥିଲେ ।ସମସ୍ତ ବିଭାଗର ଅଧିକାରୀମାନେ ମଧ୍ୟ ସୁରକ୍ଷା ନେଇ କିଛି କିଛି କହିଥିଲେ । କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧି , ଗ୍ରାମବାସୀ ଯୋଗ ଦେବା ସହ ଉପସ୍ଥିତ ରହି ସୁରକ୍ଷା ସମ୍ବନ୍ଧୀୟ ବହୁ ମୂଲ୍ୟବାନ କଥା ଜାଣିବାକୁ ପାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

Sunil Chandra Nayak

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

masiha

Leave a Comment

error: Content is protected !!