ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଅର୍ପଣ ରଥ ପରିକ୍ରମା ସମ୍ପନ୍ନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଅର୍ପଣ ରଥ ପରିକ୍ରମା ସମ୍ପନ୍ନ

ଜୁନାଗଡ଼,୧୫/୧(ମ ନି ସ)ଓଡ଼ିଆ ଜନମାନସ ଓ ସଂସ୍କୃତି ର ମହାପ୍ରଭୁ ଜଗନ୍ନାଥ ଚେତନାର ପ୍ରଚାର ପ୍ରାସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଅର୍ପଣ ରଥ ପରିକ୍ରମା ଜୁନାଗଡ଼ ସହରରେ ଗତ ୧୦ ତାରିଖରୁ ଆରମ୍ଭ ହୋଇ ଅଜି ପ୍ରବଳଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅର୍ପଣ ରଥ ଚଳିତ ମାସ ୬ ତାରିଖ ଠାରୁ ସାରା ଓଡ଼ିଶାର ବିଭିନ୍ନ ଗାଁ ର ଘର ଘର ବୁଲି ନିମନ୍ତ୍ରଣ ସ୍ୱରୂପ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିର ରେ ପହଞ୍ଚାଇବାର ସଂକଳ୍ପ ରହିଛି। ଏହି ଅର୍ପଣ ପ୍ରଥମ ଦିନରେ ରଥ ସହରର ଡଙ୍ଗାଘାଟପଡା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ପଡା ଓ ୧୨ଟି ୱାର୍ଡ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଠାରୁ ଅରୁଆ ଚାଉଳ, ଓ ଗୁଆ ସଂଗ୍ରହ କରିବା ଥିଲେ। ଏହି ରଥକୁ ଶେଷ ଦିନରେ ୯ ଓ ୧୦ ନମ୍ବର ୱାର୍ଡ ଓଏହି ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାର୍ଚନା କରି ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିନେଇ ସହର ସାରା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପରେ ମଣ୍ଡପ ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଶତାଧିକ ଶ୍ରଦ୍ଧାଳୁ ଏହା ସେବନ କରିଥିଲେ। ଶେଷ ଦିନରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସଂକୀର୍ତ୍ତନ ଦଳ ସହିତ ମିଶି ନାଚି ନାଚି ଭାବାବେଗ ସୃଷ୍ଟି କରିବା ସହ ଆଧ୍ୟାତ୍ମିକ ସଚେତନତା ର ବାର୍ତା ଦେଇଥିଲେ। ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ, ପାରିଷଦ ହିମାଦ୍ରୀ ସିନ୍ଦୁର, ଗୋପାଳ ଚନ୍ଦନ, କୁନା ଦଣ୍ଡସେନା, କୁନି ଶବର ,ପୁଷ୍ପାଞ୍ଜଳି ଦଣ୍ଡସେନା ,ପୂର୍ବତନ ନଗର୍ ପାଲ୍ ମହେଶ୍ ସାହୁ, ନୋଡାଲ ଅଫିସର ଅରୁଣ ବେହେରା, ସ୍ବେଚ୍ଛାସେବୀ ଦୂର୍ଗା ନାଏକ, ସହରର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତଳମଲା ସ୍କୁଲରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଉଦବେଗ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର. ମୋଟ ୯୬ ଟି ଅଭିଯୋଗର ହେଲା ଶୁଣାଣୀ.

Sunil Chandra Nayak

Leave a Comment

error: Content is protected !!