ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଢ଼ କାଟିବାକୁ କେନ୍ଦ୍ରକରି ଗଣ୍ଡଗୋଳ:ଫାଣ୍ଡିରେ ମାମଲା

ବାଢ଼ କାଟିବାକୁ କେନ୍ଦ୍ରକରି ଗଣ୍ଡଗୋଳ:ଫାଣ୍ଡିରେ ମାମଲା

ବସ୍ତା,17/01 : ବସ୍ତା ଥାନା ଅମର୍ଦାରୋଡ ଫାଣ୍ଡି ଅନ୍ତର୍ଗତ କୁଳିଦା ପଞ୍ଚାୟତ ସ୍ଥିତ ଜୁଣବଳନ୍ଦା ଗ୍ରାମରେ ଆଜି ସକାଳେ ବାଢ଼ କାଟିବାକୁ କେନ୍ଦ୍ରକରି କିଛି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ।ସୂଚନା ଥାଉ କି ଯେ,ବୁଧୁବାର ସକାଳ ୮ ଘଟିକା ସମୟରେ ଜୁଣବଳନ୍ଦା ଗ୍ରାମର ବଂଶୀଧର ଦଳାଇଙ୍କ ଘରବାଡ଼ି ପ୍ଲଟ ନମ୍ବର ୭୪୫ ଓ ୭୪୬ ଥିବା ଜାଗାରେ ଥିବା ବାଢ଼ କାଟିବାକୁ କେନ୍ଦ୍ର କରି ଜୁଣବଳନ୍ଦା ଗ୍ରାମର ବଂଶୀଧର ଦଳାଇ ଓ ତାଙ୍କ ପୁତୁରା ନିତ୍ୟାନନ୍ଦ ଦଳାଇ ବିରୋଧ କରିବାରୁ ସେହି ଗ୍ରାମର ଶଙ୍କର୍ଷଣ ଦଳାଇ, ଜନ୍ମଜୟ ଦଳାଇ,ବନମାଳୀ ଦଳାଇ,ସୁଶୀଳା ଦଳାଇ,ବାସନ୍ତୀ ଦଳାଇ,ମାନି ଦଳାଇ,ସୁଲଚନା ଦଳାଇ,ରଞ୍ଜିତ ଦଳାଇ ଓ ସୂଲଚନା ଦଳାଇ ଅଶୀଳ ଭାଷାରେ ଗାଳିଗୋଲଜ ଓ ମାରଣାସ୍ତ୍ର ଧରି ଜୀବନରୁ ମାରିଦେବା ଧମକ ଦେବା କୁ କେନ୍ଦ୍ର କରି ବୁଧୁବାର ସକାଳେ ଅମର୍ଦାରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ମୂଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଜମି ମାଲିକ ବଂଶୀଧର ଦଳାଇ କହିବା ଅନୁଯାୟୀ ଏହି ଜମି ଦୁଇଟି ପ୍ଲଟରେ ୨୧୫/୨୩ କମିଶନର କେଶ ଅଦ୍ୟାବଧି ଚାଲୁ ରହିଥିବା ବେଳେ ସେମାନେ ଆଇନକୁ ଅବମାନନା କରିବାକୁ ମଧ୍ୟ ପଛାଇ ନଥିଲେ ଏବଂ ପରିବାର ସଦସ୍ୟଙ୍କୁ ଜୀବନରୁ ମାରି ଦେବା ଧମକ ଦେଇଥିବାରୁ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଛି ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଶିଶୁ ବଳାତ୍କାର ମାମଲାରେ ଯୁଵକ ଗିରଫ 

Sunil Chandra Nayak

ବାରହା ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ 

Sunil Chandra Nayak

ଚାକିରି ଦେବା ନାଁରେ ୧.୫୦ କୋଟି ଠକେଇ; ୫ ଅଭିଯୁକ୍ତ ଗିରଫ ବୈଦ୍ୟନାଥପୁର ପୋଲିସର ବଡ଼ ସଫଳତା

Sunil Chandra Nayak

Leave a Comment

error: Content is protected !!