ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ

ବନ୍ଧୁଗାଁ ବ୍ଲକରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିତ

ବନ୍ଧୁଗାଁ ତା ୧୭/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିନି ଷ୍ଟଡିୟମରେ  ଅଳ୍ପ ଲୋକଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଅନୁଷ୍ଟିତ ହୋଇଯାଇଛି। ଆଜି ଏହି ଲୋକାର୍ପଣ ଉତ୍ସବରେ ପ୍ରାୟ ୩ ହଜାର ଲୋକ ଉପସ୍ଥିତ ଥିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମାତ୍ର ୨୦୦ ଲୋକ ଉପସ୍ଥିତ ରହି ଥିଲେ। ଅନେକ ପଞ୍ଚାୟତ ରେ ଥିବା ମିଶନ ଶକ୍ତି ବିଭାଗର ଏମ ବି କେ, ସି ଆର ପି ଓ ବହୁ କମ୍ ଏସ ଏଚ ଜି ର ମାଆ ମାନେ ଆସି ଭାଗ ନେଇ ଥିଲେ। ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ମାନଙ୍କୁ ଆଜି ଦିନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ କରାଯିବା ପାଇଁ ଅବଗତ ନ ଥିବା ଜାଣିବାକୁ ମିଳିଛି। ଯାହାଦ୍ୱାରା ଅନେକ ଗାଁ ଗୁଡିକରୁ ଲୋକ ମାନେ ଖବର ପାଇ ପାରିଲେ ନାହିଁ। ଆଜିର ଏହି ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଧ ଅବସରର ସ୍ଥାନୀୟ ବିଡିଓ,୫ ଜଣ ପି ଇ ଓ,୫ ଜଣ ଯୋଗାଣ ସେବକ ଓ ୫ ଜଣ ଗ୍ରାମ୍ୟ ରୋଜଗାର ସେବକ ହିଁ ଦେଖା ଯାଉଥିବା ଦେଖିବାକୁ ମିଳିଛି। ଅଳ୍ପ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ ଆସି ଥିଲେ ମଧ୍ୟ ସେମାନେ କିଛି ସମୟ ବସି ନିଜ ଘରକୁ ଚାଲି ଯାଇଥିଲେ। ଆଜି ବିଡିଓ ଅଭିଜିତ ବିଶ୍ୱଜିତ ସେଠୀ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ଏସ ଡି ସି ସଦସ୍ୟ ଲଡୁ ହୁଲୁକା , ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଗୌରୀ ପୀଡିକା , ଭାସ୍କର ୱାଟାକା , ସୁନ୍ଦୁରୁ ପିଡ଼ିକା, ବିଜେଡ଼ି ଜୋନ ୨ କୋଡି ନେଟର ଉତ୍ତମ ନାୟକ ବିଜେଡ଼ି ବରିଷ୍ଟ କର୍ମୀ ବନମାଳୀ ଖରା ଉପସ୍ଥିତ ରହି ଥିଲେ। ତିନି ଦିନ ଧରି ମହାଯଜ୍ଞ ପରେ ଆଜିର ଏହି ପୌଷ ସପ୍ତମୀରେ ଓଡ଼ିଶାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଲେଖାଗଲା ନୂଆ ଅଧ୍ୟାୟ, ଲୋକାର୍ପଣ ଉତ୍ସବରେ ଗଜପତି ମହାରାଜା ,୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ଥିଲେ। ପୂରଣ ହେଲା ଦୀର୍ଘ ଶତାବ୍ଦୀ ର ଆଶା ଅକ୍ଷାଙ୍କା । ଆଜି ଠାରୁ ଶ୍ରଦ୍ଧାଳୁ ଙ୍କ ପାଇଁ ଖୋଲିଲା ପରିକ୍ରମା ମାର୍ଗ। ଆଜି ର ଏହି ପ୍ରକାର କାର୍ଯକ୍ରମରେ ବ୍ଲକରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଉଭାନ ହୋଇଯାଇଥିବା ବେଳେ ଜଣେ ବିଡ଼ିଓ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତି କୁ ନେଇ ଚିନ୍ତିତ ଥିବା ଦେଖିବାକୁ ମିଳିଥିଲା। ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ କେଉଁ କାରଣରୁ ସରକାରୀ କର୍ମଚାରୀ ବିଡ଼ିଓଙ୍କୁ ସହଯୋଗ କରୁ ନାହାନ୍ତି, ଅନେକ ପ୍ରଶ୍ନ ସୃଷ୍ଟି କରୁଛି ? 

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ 

masiha

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ହା ହୋଲାରେ ସରିଲା ପଞ୍ଚାୟତ ସମିତର ସ୍ବତନ୍ତ୍ର ଅଧିବେଶନ 

masiha

Leave a Comment

error: Content is protected !!