ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

ନିଖୋଜ ବ୍ୟକ୍ତିଙ୍କ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଉଦ୍ଧାର

କୋକସରା,୧୮/୧// କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋୖରାଙ୍ଗ ପୁଝାରି(୫୦) ଙ୍କ ଝୁଲନ୍ତା ଶବ ସାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଗତ ୮ ତାରିଖରୁ ନିଖୋଜ ରହିଥିଲେ ଏନେଇ ପରିବାର ଲୋକେ କୋକସରା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ବୁଧବାର ଜଙ୍ଗଲକୁ ଯାଇଥିବା କିଛି ଲୋକେ ଜଙ୍ଗଲ ମଧ୍ୟରେ ଜୈନେକ ବ୍ୟକ୍ତିଙ୍କ ଗଳିତ ଝୁଲନ୍ତା ଶବ ସିଆଳି ଗଛରେ ଥିବା ନେଇ ଦେଖି ଆମପାଣି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ମାଜିଷ୍ଟ୍ରେଟ ମୋହନ ଚରଣ ଜେନାଙ୍କ ଉପସ୍ଥିତିରେ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ମୃତ ବ୍ୟକ୍ତି ଜଣକ ନିଜ ଶ୍ବଶୁର ଘର ଆମପାଣି ନିକଟସ୍ଥ ଆନ୍ଧି ଝରଣ ଗ୍ରାମକୁ ଯାଇଥିବା ବେଳେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଳି ତଦନ୍ତକାରୀ ପୋଲିସ ଏଏସଆଇ ରାଜେଶ ପରିଡା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଆମପାଣି ଥାନାରେ କେଶ ନମ୍ବର ୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Related posts

ବାଢ଼ କାଟିବାକୁ କେନ୍ଦ୍ରକରି ଗଣ୍ଡଗୋଳ:ଫାଣ୍ଡିରେ ମାମଲା

masiha

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

Sunil Chandra Nayak

ଫେଲ ହେଲା ଡକାୟତି ଯୋଜନା, ୬ ଗିରଫ

Leave a Comment

error: Content is protected !!