ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ

କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ

କୋକସରା,୨୩/୧ // ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାର ଭବ୍ୟ ମହୋତ୍ସବ ଅଵସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମ ଠାରେ ଅଞ୍ଚଳର ପ୍ରତିଷ୍ଠିତ ଲୋକ କଳା ଅନୁଷ୍ଠାନ କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନ ଓ ଆରୋଗ୍ୟ ପାଥୋଲୋଜିର ମିଳିତ ସହଯୋଗରେ ନିଶୁଲ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତର ଦୀନବନ୍ଧୁ ସାହାଣି, ସମ୍ମାନିତ ଅତିଥି ଭାବେ ଲଳିତ କିଶୋର ପଣ୍ଡା, କୃପାସିନ୍ଧୁ ସାଂସ୍କୃତିକ ପରିଷଦର ସଭାପତି ଜ୍ଞାନ ରଞ୍ଜନ ପଣ୍ଡା, ଜାନକୀ ପାନ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିବା ବେଳେ ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତ ଗ୍ରୁପ ନମୁନା ପରୀକ୍ଷା, ହିମୋଗ୍ଲୋବିନ ପରୀକ୍ଷା ମାଗଣାରେ କରାଯାଇଛି। ମୋଟ ୯୯ ଜଣ ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କୁ ଜ୍ୟୋତି ମେଡ଼ିକାଲ ଷ୍ଟୋର ପକ୍ଷରୁ ନିଶୁଲ୍କ ଜରୁରୀକାଳୀନ ଔଷଧ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ଆରୋଗ୍ୟ ପାଥୋଲୋଜିର ଏମଡି ତଥା କୃପାସିନ୍ଧୁ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ପଣ୍ଡା ପରିଚାଳନା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

masiha

ଅବସର ଆସାମ ରାଇଫଲ ଯବାନ କୁଶ ମାଝି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

Leave a Comment

error: Content is protected !!