ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲରଙ୍କୁ ଭଵ୍ୟ ସ୍ବାଗତ

ନୂଆପଡା ଜିଲ୍ଲା ଖରିଆରରୋଡ ଏନଏସି ରେ ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଜୈନ ଓ ୧୯ ଜଣ କାଉନସିଲରଙ୍କୁ ଭଵ୍ୟ ସ୍ବାଗତ କରା ଯାଇଛି ।ଏହି ସ୍ବାଗତ ସମାରୋହରେ କଳାହାଣ୍ତି ସାଂସଦ ବସନ୍ତ ପଣ୍ତା,ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଏନଏସି ଇଓ କର୍ଣ୍ଣ ସୁନା ମଞ୍ଚାସିନ ଥିବା ବେଳେ ବିଜେପି ନେତା ପ୍ରସନ୍ନ କୁମାର ପାଢୀ,ଯଦିମଣି ପାଣିଗ୍ରାହି, ଗୋବିନ୍ଦ ଅଗ୍ରୱାଲ, ମଜ୍ଜିତ ରାହି , ଚତୁର୍ଭୁଜ ଶର୍ମା, ଗୋଲଡି ଅଗ୍ରୱାଲ ,ଅଭିନନ୍ଦନ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଖରିଆରରୋଡ ନଗରର ବିଭିନ୍ନ ଅନୁଷ୍ଠାନ ତରଫରୁ ନବ ନିର୍ବାଚିତଙ୍କୁ ଫୁଲ ତୋଡା ଓ ଫୁଲ ମାଲ ଦେଇ ସ୍ବାଗତ କରା ଯାଇ ଥିଲା । ଖରିଆରରୋଡ ନଗରର ବିକାଶ ପାଇଁ ବିଧାୟକ ଓ ସାଂସଦ କଥା ଦେଇଛନ୍ତି । ଖରିଆରରୋଡ ଏନଏସି ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆରଆରବି ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା

ଶ୍ୟାମା ପ୍ରସାଦ ବୋଷ ଙ୍କ କବିତା ବିଦଗ୍ଧ ପ୍ରେମ

ଅଶୋକ କୁମାର ନାୟକ ଙ୍କ କବିତା ମୋ ମାଆ ମୋ ଦୁନିଆ

Leave a Comment

error: Content is protected !!