ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା

ରାମଲାଲାଙ୍କ ରାଜାଭିଷେକ ଓ କଳସ ଶୋଭାଯାତ୍ରା 

 ବସ୍ତା,23/01 :ଅଯୋଧ୍ୟାରେ ମହା ପ୍ରଭୁ ରାମଲାଲା ଙ୍କ ନବ ନିର୍ମିତ ମନ୍ଦିର ରେ ପ୍ରାଣ ପ୍ରତିଷ୍ଠା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିବା ବେଳେ, ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଆମ୍ବକୁଡୁଚି ଗ୍ରାମରେ ଶ୍ରୀରାମ ଚେତନା ସମିତି ପକ୍ଷରୁ ପ୍ରଭୁ ରାମ ଚନ୍ଦ୍ର, ଦେବୀ ସୀତା, ଅନୁଜ ଲକ୍ଷ୍ମଣ ଓ ହନୁମାନ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଦିନ ତମାମ ରାମଯଞ ଓ ପୂଜାଚର୍ନା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନିକଟସ୍ଥ ସୁବର୍ଣ୍ଣ ରେଖା ନଦୀଘାଟ ରୁ ବିଶାଳ କଳସ ଶୋଭାଯାତ୍ରା ସହିତ ନଗର ପରିକ୍ରମା କରାଯାଇ ଗ୍ରାମର ଅଶ୍ଵସ୍ଥ, ବଟବୃକ୍ଷ ନିକଟରେ ଜଳ ଅର୍ପଣ କରାଯିବ ସହିତ ଭକ୍ତ , ଶ୍ରଦ୍ଧାଳୁ ଓ ଗ୍ରାମ ବାସି ସମୁହ ଭାବେ ରାମ ଚରିତ ମାନସ ,ହନୁମାନ ଚାଳିଶା ପଠନ କରିବା ସହିତ, ମହାପ୍ରଭୁ ଓ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ସନ୍ଧ୍ୟାରେ ସମୁହ ଦୀପଦାନ କରିଥିଲେ। ଉକ୍ତ ଭବ୍ଯ ଓ ଦିବ୍ଯ କାର୍ଯ୍ୟକ୍ରମକୁ ଶ୍ରୀରାମ ଚେତନା ସମିତିର ମୁଖ୍ଯ ଆୟୋଧ ଜ୍ୟୋତିର୍ମୟ ନନ୍ଦ, ଜୟନ୍ତ ଖିଲାର, ରାଜସ୍ଥାନ ର ବିଶିଷ୍ଟ ଶିଳ୍ପପତି ସଞୟ କୁମାର ବାରିକ୍, କାର୍ତ୍ତିକ ଚନ୍ଦ୍ର ଖିଲାର,ମନୋଜ କୁମାର ବେହେରା,ବିଶ୍ବନାଥ ବାରିକ୍ , ଗ୍ରାମ୍ୟ କମିଟି ସଭାପତି ଅଜୟ କୁମାର ବାରିକ୍ ସମେତ ଗ୍ରାମବାସୀ ଓ ସ୍ଥାନୀୟ ଆଖପାଖ ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ସାହାଯ୍ଯ ସହାନୁ ଭୂତିରେ କାର୍ଯ୍ୟକ୍ରମ ସଫଳ ରୂପକ ଅନୁଷ୍ଠିତ ହୋଇପାରିଥିଲା। ସେହିପରି ନିକଟସ୍ଥ ଗିଲାଯୋଡି ଗ୍ରାମର ହନୁମାନ ମନ୍ଦିର ,କରୁଆ ସୁନାମୁହିଁ ବାସୁଳୀ, ସିଂଲା ଜଗନ୍ନାଥ ମନ୍ଦିର , ପାଉଁଶକୁଲି କାଳି ମନ୍ଦିର, ସୋନପୁର, ବେଗୁନିଆ, ରେଣୁପଦା ଓ ବେଣାପୁରା ଗ୍ରାମର ଜଗନ୍ନାଥ ମନ୍ଦିର ରେ ଅନୁରୂପ ଭାବେ ପୂଜା ଅର୍ଚ୍ଚନା ସହିତ ରାମ ରାମ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଭୂତଙ୍କ ବାସଗୃହ ପାଇଁ ତତ୍ପର ଭୁବନ ପ୍ରଶାସନ/କୋମଳମତି ଶିଶୁଙ୍କ ଘର ଗଛତଳ

ରାଇରଙ୍ଗପୁର ମୁର୍ମୁ ଛକରେ ଅତ୍ୟାଧୁନିକ ମିଲନ ମ୍ଯୁଜିକ ଷ୍ଟୁଡିଓ ଉଦଘାଟିତ

Sunil Chandra Nayak

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ବିଭିନ୍ନ ପ୍ରକଳ୍ପର ତଦାରଖ

Sunil Chandra Nayak

Leave a Comment

error: Content is protected !!