ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୂଅ ଭିତରୁ ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର…. ହତ୍ୟା ନା ଆତ୍ମହତ୍ୟା କାରଣ ଅପଷ୍ଟ

କୂଅ ଭିତରୁ ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର…. ହତ୍ୟା ନା ଆତ୍ମହତ୍ୟା କାରଣ ଅପଷ୍ଟ

ପାଟଣାଗଡ଼,ପାଟଣାଗଡ଼ ଥାନା ବନେଇମୁଣ୍ଡା ଗାଁର ଏକ କୂଅ ଭିତରୁ ଜଣେ ବିବାହିତ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପାଟଣାଗଡ଼ ପୁଲିସ |ଉଦ୍ଧାର ମୃତ ଜଣକ ହେଲେ ମିତା ମେହେର |ଗତ କାଲି ଠାରୁ ସେ ନିଖୋଜ ଥିବାବେଳେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି |ତେବେ କେମିତି ଓ କେଁଉ ପରିସ୍ଥିତି ରେ ମହିଳା ଙ୍କ ମୃତ ଦେହ ଉଦ୍ଧାର ହେଲା ତାହା ସଂନ୍ଦେହେ ଜନକ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଖୋଡ଼ତାଳ କରୁଛି ପାଟଣାଗଡ଼ ପୁଲିସ | ମିଳିଥିବା ସୂଚନା ଅନୁସାରେ ମିତା ପାଟଣାଗଡ଼ ଥାନା ସରମୁହାଣ ଗାଁରେ ବିବାହ କରିଥିଲେ କିଛି ଦିନ ହେବ ମିତା ନିଜ ବାପା ଘରେ ଆସି ରହୁଥୁଲେ |ଗତକାଲି ଠାରୁ ସେ ନିଖୋଜ ଥିବା ପାଟଣାଗଡ଼ ଥାନା ରେ ପରିବାର ଲୋକ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଦେହ ଘର ପଛପଟେ ଥିବା କୂଅ ରୁ ଉଦ୍ଧାର ହୋଉଛି |ତେବେ ପାରିପାର୍ଶ୍ୱକ ସ୍ଥିତି ଦେଖିଲେ ଘଟଣା କୁ ନେଇ ସଂନ୍ଦେହେ ଉପୁଜୁଛି |ତେବେ ପୁଲିସ ଶବ କୁ ଜବତ କରି ବ୍ୟବଛେଦ ପରେ ଅଧିକ ତଦନ୍ତ ଜାରି ରଖିଛି |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ ,  ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

Sunil Chandra Nayak

ଝିମିରି ଖେଳରୁ ମହାଭାରତ

Sunil Chandra Nayak

ବିଶୋଇ ଥାନା ! ଅର୍ଦ୍ଧ ନିର୍ମାଧୀନ ଘର ଭିତରୁ ଜଣେ କ୍ଷତାକ୍ତ ଯୁବକର ମୃତଦେହ ଉଦ୍ଧାର; ପୋଲିସର ଛାନଭିନ୍; ସନ୍ଦେହରେ ଜଣେ ଅଟକ

Sunil Chandra Nayak

Leave a Comment

error: Content is protected !!