ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁର (୨୫/୦୧) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟାନିକେତନ ଡିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର ପ୍ରକୋଷ୍ଠରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ “Translation of judgement of Hon’ble Supreme Court of India to regional language using Artificial Intelligence, benefits of Orissa High Court Video Conferencing Rules, 2020 and on ICT facilities available to them and Civil Procedure ADR Rules, 2007 & Civil Procedure Mediation Rules, 2007 of Hon’ble High Court of Orissa ଏବଂ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ” ବିଷୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ମଞ୍ଚାସିନ ହୋଇଥିଲେ ଏବଂ ଉକ୍ତ ଆକ୍ଟ ବିଷୟରେ ଆଲୋକୋପାତ କରିଥିଲେ । ଅନ୍ୟନ୍ୟା ଅତିଥି ଭାବେ ଶ୍ରୀମତୀ ମନୋରମା ମାଝି, ଶ୍ରୀଯୁକ୍ତ ରାଜ କିଶୋର ନାଗ ଓ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ମଞ୍ଚାସିନ ହୋଇ ଉପରକ୍ତ ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ କୌଶିକ ପାଣିଗ୍ରାହୀ, ଅଧକ୍ଷ, ବିଦ୍ୟାନିକେତନ ଡିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍


