ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ       

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ                          

ରାଇଘର ୨୭/୧- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧୁଙ୍ଗିଆଡିହୀ (ଖାଲେପାରା) ଗ୍ରାମ ନିକଟ ଦେଇ ଯାଇଥିବା ଭାରତମାଳା ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଓ ସରକାରୀ ଜମି ମଧ୍ୟରେ ମକା ଗଛ ଓ ପନି ପରିବା ଚାଷ ଦୀର୍ଘ ଦିନରୁ ହୋଇ ଆସୁଥିବା ଦେଖିବାକୁ ମିଳିଥିଲା l କିନ୍ତୁ କିଛି ବ୍ୟକ୍ତି ତା ମଧ୍ୟରେ ଗଞ୍ଜେଇ ଗଛ ଲଗାଇ ଥିବା କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ରାଇଘର ତହସିଲଦାର୍ ଜନ୍ମେଜୟ ବେହେରା , ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର,କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ,IRBN ଓ DVF ଫୋର୍ସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରି ପ୍ରାୟ ୭ ଏକର ଜମିରେ ଲାଗିଥିବା ୧୦୦୦୦ ଋ ଉର୍ଧ ଗଛ ଉପାଡ଼ିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ନଷ୍ଟ କରିଥିଲେ l ଏଠାରେ କିଏ ଏତେ ପରିମାଣରେ ଗଞ୍ଜେଇ ଗଛ ଲଗାଇ ଥିଲା ତାହା ଜଣା ପଡ଼ିନଥିବା ବେଳେ କାହାରିକୁ ଗିରଫ କରାଯାଇ ନଥିବା ଜଣା ପଡିଛି l ନଷ୍ଟ ହୋଇ ଥିବା ଗଞ୍ଜେଇ ର ମୁଲ୍ୟ ୧ କୋଟି ଋ ଉର୍ଧ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି l ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା ଏହିି ଅଞ୍ଚଳରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରା ଯାଇଥିବା ସମ୍ଭାବନା କୁ ଦୃଷ୍ଟି ରେ ରଖି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହିି ମାସରେ ଏହା ଦ୍ବିତୀୟ ଘଟଣା ହୋଇଛି l କୁନ୍ଦେଇ ଥାନା ପକ୍ଷରୁ କେସ ନଂ ୨୦/୨୪ ମାମଲା ଋଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଟାଟା ପାୱାର କର୍ମଚାରୀଙ୍କ ଦବଙ୍ଗଗିରି 

Sunil Chandra Nayak

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

masiha

କାଜୁ ବଗିଚାକୁ ନେଇ ଗଣ୍ଡଗୋଳ, ୫ ଗିରଫ 

masiha

Leave a Comment

error: Content is protected !!