ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ କଅଁସିଲ ଗାଁରେ ନିର୍ମାଣଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିବା ବେଳେ ସନ୍ଧ୍ୟାରେ ଉଦ୍ଧାରକାରୀ ଦଳ ଯୁବକକୁ ଉଦ୍ଧାର କରିଥିଲା l ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା କୁମାରଗୁଡ଼ା ଗାଁର ମହେଶ(୨୮) ବୋଲି ଜଣା ପଡିଛି l ତେବେ ଉକ୍ତ ପାଣି ଟାଙ୍କି ନିର୍ମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଥିଲା l ପାଣି ଟାଙ୍କି ଉପରେ ଚଢ଼ି ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ସ୍ଥାନୀୟ ରିଷିଡ଼ା ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଥିଲେ l ସ୍ଥାନୀୟ ଉଦ୍ଧାରକାରୀ ଦଳ ନାକେଦମ୍‌ ହୋଇ ପଡିଥିବା ବେଳେ ପରେ ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗିର ର ଉଦ୍ଧାରକାରୀ ଦଳ ପହଞ୍ଚି ଯୁବକ ଜଣକୁ ଉଦ୍ଧାର କରିଥିଲେ l ଫଳରେ ଉଦ୍ଧାରକାରୀ ଦଳକୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

Sunil Chandra Nayak

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ  ରଥଯାତ୍ରା:୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

ଥୁଆମୁଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ଏବେ ବି ମୌଳିକ ସୁବିଧା ଅପହଞ୍ଚ

Sunil Chandra Nayak

Leave a Comment

error: Content is protected !!