ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପକ୍ଷରୁ ଭୂମୀ ଦାତାଙ୍କୁ ସମ୍ମାନିତ କଲେ ଗ୍ରାମବାସୀ

ବିଦ୍ୟାଳୟ ପକ୍ଷରୁ ଭୂମୀ ଦାତାଙ୍କୁ ସମ୍ମାନିତ କଲେ ଗ୍ରାମବାସୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋଗିପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପତାକା ଉତ୍ତୋଳନ ପରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ବିରଞ୍ଚି କୁମାର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରେଗେଡା ସରପଞ୍ଚ ଦିପ୍ତୀରଣୀ ସାହୁ, ସମ୍ମାନିତ ଅତିଥି ଭାବେ ସିଆରସିସି ସଞ୍ଜୟ କୁମାର ଦାସ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଶ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ଶିକ୍ଷକ ଦୋଳଗୋବିନ୍ଦ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ଶିକ୍ଷକ ମନୋଜ ଦାସ ଓ ଧନ୍ୟବାଦ ଶିକ୍ଷକ ଶ୍ରୀ କିଶୋର କୁମାର ପ୍ରଦାନ କରିଥିଲେ l ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଗ୍ରାମର ସମାଜସେବୀ ବଳଦେବ ରଣାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ସମେତ ଗ୍ରାମର ଶିକ୍ଷାପ୍ରେମୀ ମିଖା ଦୀପ, ସଂକୀର୍ତନ ଭୋଇ, ହେମସାଗର ଚୌଧୁରୀ, ଉତ୍କଳମଣି ରଣା, ଡୋଲlମଣୀ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅତିରିକ୍ତ ଜିଲ୍ଲାପାଳ ଓ ଆର୍ ଜି ଏଚ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ଦୁର୍ଗା ତନ୍ତୀଙ୍କ ଆଲୋଚନା 

masiha

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

Leave a Comment

error: Content is protected !!