ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ : ରାଉରକେଲା ଦଳ ଚମ୍ପିୟାନ 

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ : ରାଉରକେଲା ଦଳ ଚମ୍ପିୟାନ 

ମ.ରାମପୁର,୨୮/୧(ମସୀହା): ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ , ମୋହନଗିରି ଆୟୋଜନରେ ୧୯ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ର ଆଜି ଫାଇନାଲ ମ୍ୟାଚ୍ ନୟାଗଡ଼ ଓ ରାଉଲକେଲା ମଧ୍ୟରେ ଖେଳା ଯାଇଥିଲା l ଟସ ଜିଣି ରାଉରକେଲା ଦଳ ପ୍ରଥମେ ଫିଲଡ଼ିଂ ନିଷ୍ପତି ନେଇଥିଲା l ନୟାଗଡ଼ ଦଳ ନିର୍ଦ୍ଧାରିତ ୧୬ ଓଭର ରେ ୭ ୱିକେଟ ହରାଇ ୧୭୨ ରନ କରିଥିଲେ l ଏହାର ଜବାବରେ ରାଉରକେଲା ଦଳ ବ୍ୟାଟିଂ କରି ୧୧.୪ ଓଭର ରେ ୬ ୱିକେଟ ହରାଇ ୧୭୩ ରନ କରି ବିଜୟୀ ହୋଇ ଧବଳେଶ୍ୱର କାପ୍ ହାସଲ କରି ଚମ୍ପିୟାନ ହୋଇଥିଲେ l ଏହି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳୀ ଭାବରେ ରାଉରକେଲା ଦଳର ରୁଦ୍ର ବାଗ ଓ ମ୍ୟାନ ଅଫ ଦି ସିରିଜ ନୟାଗଡ଼ ଦଳର ଜ୍ୟୋତିପ୍ରକାଶ ମାଝୀ ବିବେଚିତ ହୋଇଥିଲେ l ଆଜିର ଖେଳ ପରିଚାଳକ ରାଧାକାନ୍ତ ବେହେରା ଓ ସତ୍ୟନାରାୟଣ ମହାପାତ୍ର ରହିଥିବା ବେଳେ ସ୍କୋରର ଦାୟିତ୍ୱରେ ସୁନୀଲ କୁମାର ଭୋଇ ଓ ଆଶିଷ କୁମାର ସାହୁ l ଭାଷ୍ୟକାର ଶଶିକାନ୍ତ ମାଝୀ ଓ ସ୍ଵପ୍ନେଶ୍ଵର କର୍ମୀ ରହିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟ ବକ୍ତା ଭାବରେ ନନ୍ଦା ହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ବିଜେଡି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ,ପ୍ରକାଶ ମାଝୀ (ଆଦିବାସୀ ନେତା ), ବିଭୁତି ଭୂଷଣ ମହାଖୁଡ଼ (ଜିଲ୍ଲା ପଛୁଆ ବର୍ଗ ସଭାପତି ), ଗୋବିନ୍ଦ ଶତପଥୀ (ବିଜେଡି ବ୍ଲକ ସଭାପତି, ମ.ରାମପୁର ) ମଞ୍ଚାସୀନ ରହିଥିବା ବେଳେ ସଭାକୁ ସଭାପତିତ୍ୱ କରିଥିଲେ ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ l ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଲକ୍ଷ୍ମୀକାନ୍ତ ବେହେରା, ସହ ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, ସହ ସମ୍ପାଦକ ଦିବାକର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ସଦସ୍ୟ କୁବେର ପଧାନ, ଚନ୍ଦ୍ରକାନ୍ତ ମାଝୀ, ଚନ୍ଦ୍ରଭାନୁ ବେହେରା, ବିଶ୍ୱନାଥ ପୋଡ଼, ଲୋକନାଥ ଭୋଇ, କୈଳାଶ ଧରୁଆ, ଟୁକୁ ମହାନନ୍ଦ, ଦୈତାରୀ ମାଝୀ,ସୁଦାମ ସେଠ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

ଅଭ୍ୟାସ ଟେକ୍ନୋ ସ୍କୁଲରେ କ୍ରୀଡା ପ୍ରତିଯୋଗିତା 

masiha

କେ କଲ୍ୟାଣୀ ପାତ୍ର ଅନ୍ତ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!